ଭଦ୍ରକ: ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ଜିତନଗା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରେମୀଯୁଗଳଙ୍କ ପ୍ରେମକୁ ପରିବାର ଲୋକେ ଗ୍ରହଣ ନ କରିବାରୁ ଉଭୟ ବିଷ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଉକ୍ତ ପ୍ରେମୀଯୁଗଳଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଓ ପରିବାର ଉଦ୍ଧାର କରି ଭଦ୍ରକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଶୋଚନୀୟ ହେବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରେମିକା ଅବସ୍ଥା ଗୁରୁତର ଥିବା ବେଳେ ପ୍ରେମିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ଡାକ୍ତରଙ୍କ ପକ୍ଷରୁ ପ୍ରକାଶ।
/sambad/media/post_attachments/wp-content/uploads/2019/03/download-1-46.jpg)
ସୂଚନାଯୋଗ୍ୟ, ଉକ୍ତ ପ୍ରେମୀଯୁଗଳ ଗତ ୩ ବର୍ଷ ହେଲା ପରସ୍ପରକୁ ଭଲ ପାଇ ଆସୁଥିଲେ। ହେଲେ ଉଭୟଙ୍କ ମଧ୍ୟରେ ଥିବା ପ୍ରେମସମ୍ପର୍କକୁ ନେଇ ଉଭୟ ପରିବାରଲୋକେ ରାଜି ନଥିଲେ। ତେବେ କୌଣସି କାରଣରୁ ପରିବାର ସହିତ ଏହାକୁ ନେଇ କହଳ ସୃଷ୍ଟି ହୋଇଥିଲା। ଫଳରେ ଗତ ସୋମବାର ସକାଳେ ଏହି ପ୍ରେମୀଯୁଗଳ ଘର ଛାଡି କେଉଁଆଡେ ଚାଲି ଯାଇଥିଲେ। ଲୋକେ ବହୁ ଖୋଜାଖୋଜି କରିବା ପରେ ଦୁହିଁଙ୍କର କୌଣସି ସନ୍ଧାନ ମିଳି ନଥିଲା। ସନ୍ଧ୍ୟାରେ ସ୍ଥାନୀୟଲୋକେ ଏହି ପ୍ରେମୀଯୁଗଳଙ୍କୁ ଏକ ନିଛାଟିଆ ସ୍ଥାନରୁ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/download-68.jpg)