ରେଂଗାଲି: ରେଂଗାଲି ଥାନା କାଳିଆପଡ଼ାରେ ଭଡ଼ା ଘରେ ରହୁଥିବା ଏକ ଦଂପତିଙ୍କୁ ମାଡ଼ ମାରିବା ସହ ପତ୍ନୀଙ୍କୁ ଟଣାଓଟଣା କରି ମନ୍ଦ ଉଦ୍ଦେଶ୍ୟ ରଖି ଦୁର୍ବ୍ୟବହାର ପ୍ରଦର୍ଶନ, ଗାଳିଗୁଲଜ କରିବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରେଂଗାଲି ପୁଲିସ୍ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦୁଇ ଭାଇ ସୁନୀଲ ଓରାମ ଓ ନରେଶ ଓରାମଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଂଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି।
ସୂଚନା ଅନୁସାରେ, ବିଦେଶୀ ଚୌଧୁରୀ ଘରେ ନଥିବା ସମୟରେ ରାତି ପ୍ରାୟ ୯ଟାରେ ସୁନୀଲ ଓରାମ (୨୯) ଘର କବାଟ ବାଡ଼େଇଥିଲା। ସ୍ତ୍ରୀ ରୁକ୍ମଣୀ କବାଟ ନ ଖୋଲିବାରୁ ସେ ପଛ ପଟୁ ପାଚେରି ଡେଇଁ ଘର ଭିତରକୁ ପଶିଥିଲା ଏବଂ ଟଣାଓଟରା କରିଥିଲା। ଏପରିକି ମାଡ଼ପିଟ ମଧ୍ୟ କରିଥିଲା। ତା’ ପରଦିନ ପୁଣି ସୁନୀଲ ତା’ ଭାଇ ନରେଶ ସହ ସ୍ୱାମୀ ବିଦେଶୀଙ୍କୁ ମାଡ଼ପିଟ କରିଥିଲେ। ସେମାନେ ଫେରାର ହୋଇଯାଇଥିଲେ। ବିଦେଶୀ ରେଂଗାଲି ଥାନାରେ ଘଟଣା ସଂକ୍ରାନ୍ତରେ ଗୁରୁବାର ଏକ ଏତଲା ଦେଇଥିଲେ। ପୁଲିସ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଛି।
ଦଂପତିଙ୍କୁ ମାଡ଼, ସ୍ତ୍ରୀଙ୍କୁ ଟଣାଓଟରା: ଦୁଇ ଭାଇ ଗିରଫ
/sambad/media/post_attachments/wp-content/uploads/2017/11/arrest-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)