ମାଲକାନଗିରି: କୋରିୟର କାମ ସାରି ଘରକୁ ଫେରୁଥିବା ବେଳେ ବସ ଧକ୍କାରେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି। ମାଥିଲି ବ୍ଲକର ସାରଙ୍ଗପାଲୀ ଗ୍ରାମର ଶିବ ବାରିକ ନାମକ ଯୁବକ ଏକ ଘରୋଇ କୋରିୟରରେ କାମ କରୁଥିଲେ।
କାଲି ମାଲକାନଗିରି ଆସି ନିଜର କାମ ସାରି ସଂଧ୍ୟାରେ ଘରକୁ ଫେରୁଥିବା ବେଳେ ମାଥିଲି ଥାନା ଅନ୍ତର୍ଗତ ଅଁଳାଯୋଢି ଛକ ନିକଟରେ ମହାବାହୁ ବସ ସହ ଶିବର ମଟରସାଇକେଲ ଧକ୍କା ହୋଇଥିଲା। ତୁରନ୍ତ ସ୍ଥାନୀୟ ଲୋକେ ଏବଂ ମାଥିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଆହତ ଶିବକୁ ମେଡିକାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/accident.jpg)
