ଚୋରା ଗଞ୍ଜେଇ ଚାଲାଣକାରୀଙ୍କୁ ୧୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ କୋର୍ଟ

ସୁନ୍ଦରଗଡ: ସୁନ୍ଦରଗଡ଼ କୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ । ଚୋରା ଗଞ୍ଜେଇ ଚାଲାଣକାରୀଙ୍କୁ ୧୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଜରିମାନା ଅନାଦେୟ କଲେ ଆହୁରି ୬ ମାସ ଲେଖାଏଁ ଜେଲ ଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି |

୫ ଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ କଠୋର ଦଣ୍ଡ ଶୁଣାଇଛନ୍ତି ସୁନ୍ଦରଗଡ ଏଡିଜେ କୋର୍ଟ । ୨୦୨୨ ମସିହାରେ ଏକ ମାରୁତି କାରରେ ୪ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ନେଇ ଯାଉଥିବାବେଳେ ଖବର ପାଇ ରାଜଗାଙ୍ଗପୁର ପୁଲିସ ଏହାକୁ ଜବତ୍ କରିବା ସହ ୫ ଚୋରା ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ସେହି ମାମଲାର ଶୁଣାଣି କରି କୋର୍ଟ ନିଶା ଦ୍ରବ୍ୟ ଚାଲାଣକାରୀଙ୍କୁ ଏହି କଠୋର ଦଣ୍ଡ ଶୁଣାଇଛନ୍ତି। ଏ ସମସ୍ତ ଚାଲାଣକାରୀ ଉତ୍ତରପ୍ରଦେଶ ରାଜ୍ଯର ଚଣ୍ଡୋଲି ଓ ଶୋନଭଦ୍ର ଅଞ୍ଚଳର ବୋଲି ଜଣାପଡିଛି |

ସମ୍ବନ୍ଧିତ ଖବର