ଗଞ୍ଜାମ: କୋଭିଡ଼୍‌ ମୃତ୍ୟୁ ୨୩୦, ନୂଆ ୨୨ ପଜିଟିଭ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆଜି ଜଣକର କୋଭିଡ଼୍‌ରେ ମୃତ୍ୟୁ ଘଟିଛି। ୩୪ ବର୍ଷୀୟ ଯୁବକଙ୍କ କରୋନାରେ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ଜିଲ୍ଲାରେ ସମଦୁାୟ କୋଭିଡ଼୍ ମୃତ୍ୟୁ ସ˚ଖ୍ୟା ୨୩୦ରେ ପହଞ୍ଚିଛି। ଗଞ୍ଜାମ ଜିଲ୍ଲାରୁ ଆଜି ୨୨ଜଣ ନୂତନ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପଜିଟିଭ୍‌ଙ୍କ ସ˚ସ୍ପର୍ଶରେ ଆସି ୧୯ଜଣ ଏବ˚ କୋଭିଡ଼୍ ଯୋଦ୍ଧା ୩ଜଣ ସ˚କ୍ରମିତ ତାଲିକାରେ ଅଛନ୍ତି। ଏହାପରେ ଜିଲ୍ଲାର ସମୁଦାୟ ସ˚କ୍ରମିତଙ୍କ ସ˚ଖ୍ୟା ୨୧ହଜାର ୧୬୯ରେ ପହଞ୍ଚିଛି। ବର୍ତ୍ତମାନ ଜିଲ୍ଲାରେ ୧୬୦ ଜଣ ସକ୍ରିୟ ସ˚କ୍ରମିତ ରହିଛନ୍ତି। ଗତକାଲି ସୁଦ୍ଧା ଜିଲ୍ଲାର ୨୦,୭୭୧ସୁସ୍ଥ ହୋଇଥିଲା ବେଳେ ସୁସ୍ଥହାର ୯୮.୧ ପ୍ରତିଶତ ରହିଛି। ଗତକାଲି ୪୦୬୩ ଜଣଙ୍କ କୋଭିଡ଼୍ ନମୁନା ପରୀକ୍ଷା ହୋଇଥିଲା। ଏବେ ସୁଦ୍ଧା ଜିଲ୍ଲାରେ ୫ଲକ୍ଷ ୪୪ହଜାର ୪୨ଜଣଙ୍କ କୋଭିଡ଼୍ ନମୁନା ପରୀକ୍ଷା ସରିଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର