ବାହାଘର ଭୋଜିରେ କୋଭିଡ୍ ନିୟମ ଉଲ୍ଲଂଘନ, ୧୦ ହଜାର ଟଙ୍କା ଜୋରିମାନା 

ଖୋର୍ଦ୍ଧା: ବାହାଘର ଭୋଜିରେ କୋଭିଡ୍ ନିୟମ ଉଲ୍ଲଂଘନ ଯୋଗୁଁ ୧୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସୂଚନାନୁସାରେ, ଆଜି ଖୋର୍ଦ୍ଧା ଉପକଣ୍ଠ ୱିଲ୍କିନ୍ସ ନଗର ଠାରେ ଥିବା ମା’ ଅଁଳେଇ ମନ୍ଦିରରେ ସଦାଶିବ ସ୍ୱାଇଁଙ୍କ ପୁଅଙ୍କ ବାହାଘର ଭୋଜି ହେଉଥିଲା । ସେଠାରେ କୋଭିଡ୍ ନିୟମ ଉଲ୍ଲଂଘନ ହେଉଥିବା ସୂଚନା ପାଇ ତହସିଲଦାର ପଦ୍ମଚରଣ ସ୍ୱାଇଁ, ଥାନା ଅଧିକାରୀ ସଂଜୟ ପଟ୍ଟନାୟକ ଓ ଅନ୍ୟ ପୁଲିସ କର୍ମଚାରୀ ପହଂଚିଥିଲେ । ଏସଡିପିଓ ସୁଶୀଲ କୁମାର ମିଶ୍ରଙ୍କ ସୂଚନାନୁସାରେ, କୋଭିଡ୍ ନିୟମ ଉଲ୍ଲଂଘନ, ସାମାଜିକ ଦୂରତା ଓ ନିର୍ଦ୍ଧାରିତ ଲେକଙ୍କ ଠାରୁ ଅଧିକ ଲୋକ ଥିବାରୁ ଆୟୋଜକଙ୍କ ଉପରେ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

ସମ୍ବନ୍ଧିତ ଖବର