କଟକରୁ ଆଉ ୪୧ପଜିଟିଭ୍‌ ଚିହ୍ନଟ; ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ୧୫ ଆକ୍ରାନ୍ତ

କଟକ: କଟକରୁ ଆଜି ଆଉ ୪୧ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଇନ୍‌ଷ୍ଟିଚ୍ୟୁସ୍‌ନାଲ କ୍ୱାରେଣ୍ଟିନ୍‌ରୁ ୧୨ଜଣ, ସ୍ଥାନୀୟ ଅଞ୍ଚଳରୁ ୨ଜଣ ଓ ଘରେ ସଙ୍ଗରୋଧରେ ଥିବା ୨୭ଜଣଙ୍କ କରୋନା ରିପୋର୍ଟ ପଜିଟଭ୍‌ ଆସିଥିବା କଟକ ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

ଇନ୍‌ଷ୍ଟିଚ୍ୟୁସ୍‌ନାଲ କ୍ୱାରେଣ୍ଟାଇନ୍‌ରୁ ୧୨ଜଣ ଚିହ୍ନଟଙ୍କ ମଧ୍ୟରୁ ୭ଜଣ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକମ୍ରିତ ହୋଇଥିବା ବେଳେ ଅନ୍ୟ ତିନିଜଣ ଏସ୍‌ସିବି ମେଡିକାଲ ଆଇସୋଲେସନ୍‌ ଓ୍ଵାର୍ଡରୁ ଓ ଦୁଇଜଣ କୋଭିଡ ଯୋଦ୍ଧ କରୋନା ଚିହ୍ନଟ ହୋଇଛନ୍ତି।

 

ସେହିପରି ଚିହ୍ନଟ ହୋଇଥିବା ଦୁଇ ସ୍ଥାନୀୟ ମାମଲା ମଧ୍ୟରୁ ଚୌଧୁରୀବଜାର ମଠସାହି ଅଞ୍ଚଳରୁ ଜଣେ ଓ ଲୋୟର ପୁଲିସ କଲୋନିରୁ ଜଣେ କୋଭିଡ ପଜିଟିଭ୍‌ ବାହାରିଛନ୍ତି। ଏଥିସହିତ ଘରେ ସଙ୍ଗରୋଧରେ ଥାଇ କରୋନା ପିଜିଟିଭ୍‌ ବହାରିଥିବା ଅଞ୍ଚଳଗୁଡ଼ିକ ମଧ୍ୟରୁ ଶେଖର ସାହି ଅଞ୍ଚଳରୁ ଦୁଇଜଣ, କଣ୍ଟେଣ୍ଟମେଣ୍ଟ ଜୋନ୍‌ ଘୋଷଣା ହୋଇଥିବା ଖାଟବିନ୍‌ ସାହି ଅଞ୍ଚଳରୁ ୨ଜଣ, ଦେଓ୍ଵାନ୍‌ ବଜାରରୁ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ୧୫ଜଣ ଆକ୍ରାନ୍ତ ହୋଇଛନ୍ତି।

COVID-19 in Odisha: Total shutdown clamped in Cuttack city till ...

କେବଳ ଏତିକି ନୁହେଁ ସିଡିଏ ସେକ୍ଟର-୯ ଅଞ୍ଚଳରୁ ଦୁଇଜଣ, ଏୟାର କଲୋନିରୁ ଜଣେ, କଣ୍ଟେଣ୍ଟମେଣ୍ଟ ଜୋନ୍‌ ଘୋଷଣା ହୋଇଥିବା ଶଙ୍କରପୁର ଅଞ୍ଚଳରୁ ତିନିଜଣ, ରାଉସପଟଣା ଅଞ୍ଚଳରୁ ଜଣେ ଓ ସତ୍ୟମ ଫ୍ଲାଟ କେଶରପୁର ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ କଟକରେ ଏବେ କରୋନା ମାମଲା ୭୭୭ରେ ପହଞ୍ଚିଛି। ସକ୍ରିୟ କରେନା ମାମଲା ୪୫୩ଟି ରହିଛି।

ସମ୍ବନ୍ଧିତ ଖବର