ଜୁନାଗଡ଼ ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଠ କୋଭିଡ କେୟାର ସେଣ୍ଟର ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ

କଳାହାଣ୍ଡି ଜିଲ୍ଲାରେ ଆଜି ୬୮ କରୋନା ପଜିଟିଭ ଚିହ୍ନଟ, ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୨୮ ପହଞ୍ଚିଲା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁନାଗଡ଼ ସ୍ଥିତ ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଠ କୋଭିଡ କେୟାର ସେଣ୍ଟର ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାର ବିଭିନ୍ନ ବ୍ଳକରେ ଆଜି ସନ୍ଧ୍ୟା ୫ ଟା ସୁଦ୍ଧା ୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ମଧ୍ୟରାତ୍ରରେ ୨୭  ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଗତ ୨୪ ଘଣ୍ଟା ମଧ୍ୟରେ ୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୨୮ ରେ ପହଞ୍ଚିଛି । ବର୍ତ୍ତମାନ ଭବାନୀପାଟଣା ସ୍ଥିତ ବାନ୍ଦୋପଲା ସ୍ଥିତ କୋଭିଡ ହସ୍ପିଟାଲରେ ରେ ୧୭୪ ଜଣ ଚିକିତ୍ସିତ ହେଉଛନ୍ତି । ଅନ୍ୟପକ୍ଷରେ ଓୟୁଏଟି ରେ ଥିବା କୋଭିଡ କେୟାର ସେଣ୍ଟର ରେ ୬୪ ଜଣ ଚିକିତ୍ସିତ ହେଉଥିବା ବେଳେ ମୂଷିଗୁଡା କୋଭିଡ କେୟାର ସେଣ୍ଟର ରେ ୪୪ ଜଣ ଚିକିତ୍ସିତ ହେଉଛନ୍ତି । ସେହିଭଳି ୪୩୩ ଜଣ ହୋମକ୍ବାରେଣ୍ଟାଇନ ରେ ରହି ଚିକିତ୍ସିତ ହେଉଛନ୍ତି । 
ସମ୍ବନ୍ଧିତ ଖବର