ରାଜ୍ୟରେ ୨୨୭୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏଯାବତ କେଉଁ ଜିଲ୍ଲାରେ କେତେ ସଂକ୍ରମିତ ଆସନ୍ତୁ ଜାଣିବା

ଭୁବନେଶ୍ବର: ଆଜି ରାଜ୍ୟରେ ୨୨୭୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୩୧୮ ଓ ସ୍ଥାନୀୟ ଅଞ୍ଚଳରୁ ୯୫୭ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୫୬ହଜାର ୯୩୭କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆସନ୍ତୁ ଏଯାବତ କେଉଁ ଜିଲ୍ଲାରେ କେତେ ସଂକ୍ରମିତ ଜାଣିବା
ଅନୁଗୁଳ ଜିଲ୍ଲାରେ ୬,୦୧୪ ଜଣ ଏଯାବତ କରୋନା ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ବରରୁ ୮,୮୩୭, ବରଗଡ଼ରୁ ୭ ,୬୦୭, ଭଦ୍ରକରୁ ୬,୦୪୮,ବଲାଙ୍ଗୀରରୁ ୫,୪୮୨, ବୌଦ୍ଧରୁ ୨,୨୦୨, କଟକରୁ ୨୩,୪୦୬, ଦେବଗଡ଼ରୁ ୮୫୬, ଢ଼େଙ୍କାନାଳରୁ ୪,୪୩୬, ଗଜପତିରୁ ୩,୭୨୭, ଗଞ୍ଜାମରୁ ୨୦,୬୯୬, ଜଗତସିଂହପୁରୁ ୬,୨୨୫, ଯାଜପୁରରୁ ୯,୭୦୦, ଝାରସୁଗୁଡ଼ାରୁ ୫,୪୯୩, କଳାହାଣ୍ଡିରୁ ୪,୧୮୫, କନ୍ଧମାଳରୁ ୫,୧୮୫, କେନ୍ଦ୍ରାପଡ଼ାରୁ ୬,୩୭୬, କେନ୍ଦୁଝରରୁ ୫,୨୭୪, ଖୋର୍ଧାରୁ ୪୪,୨୮୮, କୋରାପୁଟରୁ ୬,୭୩୯, ମାଲକାନଗିରିରୁ ୪,୨୫୩, ମୟୁରଭଞ୍ଜରୁ ୯,୬୪୭, ନବରଙ୍ଗପୁରରୁ ୪,୪୮୨, ନୟାଗଡ଼ରୁ ୫,୪୫୫, ନୂଆପଡ଼ାରୁ ୪,୩୪୬,ପୁରୀ ୧୧,୪୫୫, ରାୟଗଡ଼ାରୁ ୭,୮୦୦, ସମ୍ବଲପୁରରୁ ୭,୨୭୬, ସୁବର୍ଣ୍ଣପୁରରୁ ୩,୭୭୫, ସୁନ୍ଦରଗଡ଼ରୁ ୯,୦୨୨ ଓ ଷ୍ଟେଟ ପୁଲରୁ ୬,୬୫୦ ଜଣ ଏଯାବତ କରୋନା ସଂକ୍ରମିତ ହୋଇଛନ୍ତି।

ସମ୍ବନ୍ଧିତ ଖବର