ଖୋର୍ଦ୍ଧାରେ କରୋନାର ଦ୍ୱିତୀୟ ଲହର, ଦୈନିକ ସଂକ୍ରମଣ ୧୬୭, ସୁସ୍ଥ ହେଲେ ୧୬୦

ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଂଚଳରେ ଆଜି ଦୈନିକ ସଂକ୍ରମଣ ୧୬୭ ରେକର୍ଡ କରାଯାଇଥିବା ବେଳେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧୮୭ ରହିଛି ।
ଜିଲ୍ଲା ଆପାତ୍କାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାରେ ଆଜି ୫୬୫ଟି ରାପିଡ୍ ଆଂଟିଜେନ୍ ଓ ୪୦୨ଟି ଆରଟି-ପିସିଆର୍ ପରୀକ୍ଷଣ କରାଯାଇଥିଲା । ଏହା ମଧ୍ୟରୁ ୧୬୭ଜଣ ସଂକ୍ରମିତ ହୋଇଥିବା ଜଣାଯାଇଛି । ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ବ୍ଲକ ଓ ପୌରାଂଚଳରୁ ୪୧ଜଣଙ୍କୁ ଚିହ୍ନଟ କରାଯାଇଛି । ବାଲିଅନ୍ତାରୁ ୨୪, ବାଲିପାଟଣାରୁ ୧୨, ଭୁବନେଶ୍ୱର ବ୍ଲକରୁ ୮, ଜଟଣୀରୁ ୧୬, ବେଗୁନିଆରୁ ୧୨, ବୋଲଗଡ଼ରୁ ୧୩, ଟାଙ୍ଗୀରୁ ୧୬, ଚିଲିକା-ବାଲୁଗାଁରୁ ୧୩, ବାଣପୁରରୁ ୧୨ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୮୭ ରହିଛି । ଅପରପକ୍ଷରେ ଆଜି ୧୬୦ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର