କୋଭିଡ୍‌-୧୯ ଆକ୍ରାନ୍ତ ଯୁବ ଚାଷୀଙ୍କ ଗଲା ଜୀବନ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଙ୍ଘା ପଞ୍ଚାୟତର ବଡଖମାର ଗାଆଁର କୌସ୍ତୁଭ କର୍ଣ୍ଣଙ୍କ ପୁତ୍ର ବିକାଶ (୨୬)ଙ୍କ ପରଲୋକ ଘଟିଛି । ମିଳିଥିବା ସୂଚନା ଅନୁସାରେ ସ୍ବର୍ଗତ ବିକାଶଙ୍କୁ ଗୋଟିଏ ସପ୍ତାହ ପୂର୍ବରୁ ଜ୍ବର ହୋଇଥିଲା । ସେ ଘରେ ରହି ଚିକିତ୍ସିତ ହେଉଥିଲେ । ପରେ ପରୀକ୍ଷା କଲାପରେ ଜଣାପଡିଲା ସେ କୋଭିଡ୍‌-୧୯ରେ ଆକ୍ରାନ୍ତ। ବୁଧବାର ଦିନ ବିକାଶକୁ ଚିକିତ୍ସା ପାଇଁ ବୀରମହାରାଜପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ଅଣାଯାଇଥିଲା । ଏଠାରେ ତାଙ୍କ ଅବସ୍ଥାରେ ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ହିକୁଡି ଠାରେ ଥିବା ଜିଲ୍ଲା କୋବିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡ଼ାକ୍ତରମାନଙ୍କ ସମସ୍ତ ଚେଷ୍ଟା ସତ୍ୱେ ତାଙ୍କର ପରଲୋକ ଘଟିଥିଲା ପ୍ରାୟ ଦିନ ଦଶଟା ବେଳକୁ ।

ଏହାପରେ ତାଙ୍କର ମରଶରୀର ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା । ବୀରମହାରାଜପୁର ବିଡ଼ିଓ ମୋତିଲାଲ ସୁଲିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପିପିକିଟ ପିନ୍ଧି ପ୍ରଶାସନ ତରଫରୁ ନିଯୁକ୍ତ କର୍ମଚାରୀ ସବ୍ ସତ୍କାର କରିଥିଲେ । ସ୍ବର୍ଗତ ବିକାଶ ଜଣେ ଯୁବ ଚାଷୀ ହିସାବରେ ବେଶ ପରିଚିତ ଥିଲେ । ସେ ଏକ ବର୍ଷ ତଳେ ବିବାହ କରିଥିଲେ । ତାଙ୍କ ପଛରେ ତାଙ୍କ ସ୍ତ୍ରୀ, ବାପା ମାଁ, ଆଇ, ଦୁଇ ଭାଇ ଓ ବନ୍ଧୁ ବର୍ଗଙ୍କୁ ତାଙ୍କ ପଛରେ ଛାଡ଼ି ଯାଇଛନ୍ତି । ଘଟଣାଟି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଏଠାରେ ସୂଚାଇ ଦିଆଯାଇପାରେ ଜଟେସିଙ୍ଘା ପଞ୍ଚାୟତରରେ ସବୁଠାରୁ ବେଶୀ କରୋନାରେ ଆକ୍ରାନ୍ତ ବୋଲି ଜଣାଯାଇଛି । ଏହା ବ୍ୟତୀତ ଅଧିକାଂଶ ଗ୍ରାମରେ ଘରେ ଘରେ ଜ୍ବର, ଥଣ୍ଡା, କାଶ ଲାଗିରହିଥିଲେ ମଧ୍ୟ ଡାକ୍ତରଖାନାକୁ ନ ଆସି କୁଆକମାନଙ୍କ ଠାରେ ଚିକିତ୍ସିତ ହେଉଥିବାରୁ କରୋନାରେ ଲୋକମାନେ ଅଧିକ ଆକ୍ରାନ୍ତ ହେଉଥିବା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ‌‌‌‌‌‌‌‌‌‌ବଢ଼ାଇ ଦେଇଛି । ଏହା ସହିତ ଆଜି ବ୍ଲକରେ ଗୋଟିଏ ଦିନରେ ୫୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଯଣାଯାଇଛି ।

ସମ୍ବନ୍ଧିତ ଖବର