ଭଦ୍ରକରେ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ

ଭଦ୍ରକ: ଓଡ଼ିଶା ସରକାରଙ୍କ ତରଫରୁ ଭଦ୍ରକରେ ଶନିବାର ଠାରୁ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଏନଟିପିସିର ସହାୟତାରେ କାର୍ଯ୍ୟକ୍ଷମ ହୋଇଯାଇଛି । ଏହାକୁ ଜିଲ୍ଲାପାଳ ଜ୍ଞାନ ଦାସ ଉଦଘାଟନ କରିଛନ୍ତି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ପୀତାମ୍ବର ସାମଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜଗନ୍ନାଥ ପୋହି, ସାଳନ୍ଦୀ ହସ୍ପିଟାଲର ପରିଚାଳନ ନିର୍ଦେଶକ ଡ. ପ୍ରଭାସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହାର ପରିଚାଳନା ସାଳନ୍ଦୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହଭାଗତତାରେ କରାଯାଉଛି । ଏହି ଏକକ ହସ୍ପିଟାଲ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ସଂପ୍ରସାରିତ ଅଂଶ । ଏଠାରେ ରୋଗୀଙ୍କୁ ଚିକିତ୍ସା, ରହିବା ଏବଂ ଖାଇବା ସଂପୂର୍ଣ୍ଣ ଭାବେ ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯିବ ।

ଏହି ହସ୍ପିଟାଲ ନିମନ୍ତେ ଆବଶ୍ୟକ ସଂଖ୍ୟକ ଡାକ୍ତର ଏବଂ ପାରା ମେଡିକାଲ କର୍ମଚାରୀଙ୍କୁ ସରକାରଙ୍କ ତରଫରୁ ନିୟୋଜନ କରାଯାଇଛି । ଏଠାରେ ଭେଣ୍ଟିଲେଟର ଥାଇ ଚାରିଗୋଟି ଆଇସିୟୁ ଉପଲବ୍ଧ କରାଯାଇଛି । ଏହି ହସ୍ପିଟାଲ ନିଶ୍ଚିତ ଭାବେ ଭଦ୍ରକରେ କୋଭିଡ ପରିଚାଳନା ନିମନ୍ତେ ସହାୟକ ହେବ ।

ସମ୍ବନ୍ଧିତ ଖବର