ବାଲେଶ୍ବରରେ ପ୍ରସ୍ତୁତ ହେଲା କୋଭିଡ୍‌-୧୯ ହସ୍‌ପିଟାଲ, ଆସନ୍ତାକାଲି ଉଦଘାଟନ

ବାଲେଶ୍ବର‌: କରୋନା ମୁକାବିଲା ପାଇଁ ବାଲେଶ୍ବର ଜିଲ୍ଲାରେ କୁରୁଡ଼ାସ୍ଥିତ ଜ୍ୟୋତି ହସ୍ପିଟାଲକୁ କୋଭିଡ୍‌-୧୯ ହସ୍ପିଟାଲ କରାଯିବ। ଆସନ୍ତାକାଲି ଏହାର ଉଦଘାଟନ ହେବ ।

ମିଳିଥିବା ସୂଚନା ମୁତାବକ, ଜିଲ୍ଲାରେ କୋଭିଡ୍‌-୧୯ ହସ୍ପିଟାଲ ପାଇଁ ପ୍ରଥମ ପର୍ଯ୍ୟାୟରେ ବାମପଦାସ୍ଥିତ ନୋସି ବିଜନେସ ପାର୍କ ଓ ଜ୍ୟୋତି ହସ୍ପିଟାଲକୁ ବଛାଯାଇଥିଲା। ଇତିମଧ୍ୟରେ ନୋସିକୁ ଆମ୍ରି ହସ୍ପିଟାଲର ଏକ ଟିମ୍‌ ବୁଲି ଯାଇଛନ୍ତି। ହେଲେ ନୋସିରେ କୋଭିଡ୍‌-୧୯ ହସ୍ପିଟାଲ ପାଇଁ ଆବଶ୍ୟକ ସୁବିଧା ଉପଲବ୍ଧ ନଥିବାରୁ ଏହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ବିଚାରକୁ ନିଆଯିବ ବୋଲି କୁହାଯାଇଛି। ତେବେ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ମିଳିବା ପରେ ଜିଲ୍ଲା ପ୍ରଶାସନ ଓ ଜ୍ୟୋତି ହସ୍ପିଟାଲ ମଧ୍ୟରେ ବୁଝାମଣା ପତ୍ର ସ୍ବା‌କ୍ଷର ହୋଇଛି।

ସମ୍ବନ୍ଧିତ ଖବର