କୋଭିଡ୍ ଡାକ୍ତରଖାନା ଖୋଲିଲା: ପ୍ରଥମ ରୋଗୀ ଭର୍ତ୍ତି, ପଅରଦିନ ଠାରୁ ଟିକାଦାନ-ସିଡିଏମଓ

ଜୟପୁର: ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଜୋର ଧରିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ ପୁଣିଥରେ କୋଭିଡ୍ କେୟାର ସେଣ୍ଟାର ଓ କୋଭିଡ୍ ହସ୍ପିଟାଲ ଖୋଲିବା ପ୍ରସ୍ତୁତି ହୋଇଥିଲା। ପ୍ରଥମେ କୋଭିଡ୍ କେୟାର ସେଣ୍ଟର ଖୋଲିଥିଲା। ଗତ କାଲି ଜୟପୁର ପୁରୁଣା ଉପଖଣ୍ଡ ଡାକ୍ତରଖାନାରେ ଥିବା କୋଭିଡ୍ ହସ୍ପିଟାଲ ଖୋଲିଥିଲା। ଆଜି ପ୍ରଥମ ସଂକ୍ରମିତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା କହିଛନ୍ତି ସିଡିଏମଓ ଡ.ମକରନ୍ଦ ବେଉରା ଓ ଏଏମଓ ଡ.ଆଶିଷ ରଂଜନ ପାଣିଗ୍ରାହୀ।

ସଂକ୍ରମିତ ରୋଗୀଙ୍କ ବୟସ ୪୫ ବୋଲି କହିଛନ୍ତି। ଆଜି ସଂଧ୍ୟାରେ ସେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିବା କହିଛନ୍ତି ଡ.ପାଣିଗ୍ରାହୀ ଓ ସିଡିଏମସ। କୋଭିଡ୍ କେୟାର ସେଣ୍ଟରରେ ୧୧ଜଣ ସଂକ୍ରମିତ ଭର୍ତ୍ତି ଥିବା କହିଛନ୍ତି ସିଡିଏମଓ।

ସେଭଳି ଜିଲ୍ଲାରେ ୪୩୦ସଂକ୍ରମିତ ରହିଥିବା ବେଳେ ୩୦୦ରୁ ଉର୍ଦ୍ଧ୍ବ ଗୃହସଂଗରୋଧରେ ରହି ଚିକିତ୍ସାଧୀନ ଅଛନ୍ତି ବୋଲି କହିଛନ୍ତି ସିଡିଏମଓ। ସେଭଳି ଆସନ୍ତାକାଲି ଜିଲ୍ଲାକୁ ୧୦ହଜାର ୫୦୦ଟିକା ପହଚିଂବ। ପଅରଦିନ ଠାରୁ ପୁଣି ଟିକାଦାନ ଆରମ୍ଭ ହେବ ବୋଲି କହିଛନ୍ତି ସିଡିଏମଓ।

ସମ୍ବନ୍ଧିତ ଖବର