ବାରିପଦ : ବାରିପଦାରେ ପୁଣି କରୋନା ଲେଉଟାଣିର ଆଶଙ୍କା ପ୍ରକାଶ ପାଇଛି। ଆଜି ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପକ କରୋନା ଆକ୍ରାନ୍ତ ହୋଇଛନ୍ତି। ପରୀକ୍ଷା ଚାଲିଥିବାବେଳେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନରୁ ଜଣେ ଅଧ୍ୟାପକ କରୋନା ପଜିଟିଭ୍ ଚିହ୍ନଟ ହେବାକୁ ନେଇ ଚିନ୍ତା ବଢ଼ିଛି। ଏନେଇ କର୍ତ୍ତୃପକ୍ଷ ଶିକ୍ଷାନୁଷ୍ଠାନକୁ ଆଜିଠାରୁ ସୋମବାର ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି। ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀଙ୍କୁ କଲେଜ ଆସିବାକୁ ବାରଣ କରାଯାଇଛି। ମଙ୍ଗଳବାର ଦିନ କଲେଜ ଖୋଲିବା ନେଇ ନୋଟିସ୍ ଜାରି କରାଯାଇଛି। ଉକ୍ତ ଅଧ୍ୟାପକଙ୍କ ସହିତ ସମ୍ପର୍କରେ ଆସିଥିବା ଛାତ୍ରଛାତ୍ରୀ ଏବଂ ଅନ୍ୟମାନେ ସତର୍କ ରହିବା ସହିତ କୌଣସି ଲକ୍ଷଣ ପ୍ରକାଶ ପାଇଲେ କରୋନା ପରୀକ୍ଷା କରାଇନେବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ ସମସ୍ତେ ସତର୍କ ରହିବା ଏବଂ କରୋନା କଟକଣାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ଆଜି ଜିଲ୍ଲାରୁ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ଛୁଇଁଛି। ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ୪୫୨ କରୋନା ପଜିଟିଭ କେଶ ମଧ୍ୟରେ ମୟୂରଭଞ୍ଜରୁ ୧୦ ଜଣ ଆକ୍ରାନ୍ତ ରହିଛନ୍ତି। ଏଥିସହିତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪,୪୫୮ରେ ପହଞ୍ଚିଛି । ସେହିପରି ଗତକାଲି ପର୍ଯ୍ୟନ୍ତ ଜିଲ୍ଲାରୁ ୧୪,୨୯୭ ସୁସ୍ଥ ହୋଇ ଫେରିଛନ୍ତି। ଆଜି ସୁଦ୍ଧା ୬୯ ଜଣ ସକ୍ରିୟ ଅଛନ୍ତି। ମୃତ୍ୟୁସଂଖ୍ୟା ୯୨ରେ ସ୍ଥିର ଅଛି। ତେବେ ଏପରି ସ୍ଥଳେ ସମସ୍ତେ ମାସ୍କ ପିନ୍ଧିବା ସହିତ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟରେ କରୋନା, ୭୨ ଘଣ୍ଟା ପାଇଁ ବନ୍ଦ ରହିଲା ଶିକ୍ଷାନୁଷ୍ଠାନ
ପୁଣି ଦୁଇ ଅଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା, ୧୦ ଚିହ୍ନଟ
/sambad/media/post_attachments/wp-content/uploads/2021/01/Corona_1100.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)