ବେଲସରା ସେବାଶ୍ରମକୁ ପଶିଲା କରୋନା, ୩୫ ଅନ୍ତେବାସୀ ଓ ୮ କର୍ମଚାରୀ ସଂକ୍ରମିତ 

ସୁନ୍ଦରଗଡ଼ : ଟାଙ୍ଗରପାଲି ବ୍ଲକ୍ ବେଲସରାସ୍ଥିତ ଜୟଶଙ୍କର ସେବାଶ୍ରମକୁ କରୋନା ପଶିଛି। ଆଶ୍ରମରେ ଦୁଇ ଦିନ ମଧ୍ୟରେ ୩୫ ଜଣ ଅନ୍ତେବାସୀ ଓ ୮ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବହୁ ଛୋଟ ପିଲା ଥିବା ସୂଚନା ମିଳିଛି। ୧୨୦ ଅନ୍ତେବାସୀଙ୍କ ମଧ୍ୟରୁ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ଅଶ୍ରମରେ ଆତଙ୍କ ଖେଳାଇ ଦେଇଛି। ତେବେ ସମସ୍ତ ଆକ୍ରାନ୍ତଙ୍କୁ ସଂଗରୋଧରେ ରଖାଯାଇ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନିରୀକ୍ଷଣ କରାଯାଉଥିବା ପ୍ରକାଶ କରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା। ଅସୁସ୍ଥ ହେଲେ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର