ବାରିପଦା : ୨ୟ ଶ୍ରୀକ୍ଷେତ୍ର ବାରିପଦା ରଥଖଳାକୁ କରୋନା ପ୍ରବେଶ କରିଥିବା ଜଣାପଡ଼ିଛି। ରଥ ନିର୍ମାଣରେ ନିୟୋଜିତ ଥିବା ଜଣେ ବରିଷ୍ଠ ରଥ ମହାରଣା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଦୁଇ ଦିନ ତଳେ ଉକ୍ତ ବରିଷ୍ଠ ରଥ ମହାରଣାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ତେବେ ଉକ୍ତ ରଥ ମହାରଣା ଜଣଙ୍କ କିଛିଦିନ ହେବ ଆଇଶୋଲେସନ ରେ ଥିବା ସୂଚନା ମିଳିଛି। ଶ୍ରୀଶ୍ରୀ ହରିବଳଦେବଜୀଉ କ୍ଷେତ୍ର ବାରିପଦାରେ ରଥ ନିର୍ମାଣ କାର୍ଯ୍ୟରେ ୨୬ ଜଣ ନିୟୋଜିତ ଅଛନ୍ତି। ସ୍ଥାନୀୟ ଧର୍ମଶାଳା ରେ ଏହି କାର୍ଯ୍ୟ ଚାଲିଛି। ମାତ୍ର ଜଣେ ରଥ ମହାରଣାଙ୍କୁ କରୋନା ହେବା ପରେ ସମସ୍ତଙ୍କର କରୋନା ପରୀକ୍ଷା କରାଯିବ ବୋଲି ସୂଚନା ଦେଇଛନ୍ତି ବାରିପଦା ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ପି ଅନ୍ବେସା ରେଡ୍ଡୀ। କେବଳ ନେଗେଟିଭ ରିପୋର୍ଟ ଥିବା ସେବାୟତଙ୍କ ହିଁ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ମିଳିବ। ସେହିପରି ପ୍ରତି ସପ୍ତାହରେ ରଥ ନିର୍ମାଣରେ ନିୟୋଜିତ ସମସ୍ତଙ୍କର କୋଭିଡ ପରୀକ୍ଷା କରାଯିବ। ସେବାୟତମାନଙ୍କୁ ଜୈବବଳୟ ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ସମ୍ପାଦନ ନିମନ୍ତେ ବ୍ୟବସ୍ଥା କରାଯିବ। ଏନେଇ ଖୁବଶୀଘ୍ର ସମ୍ପୃକ୍ତ ସେବାୟତଙ୍କ ସହିତ ଆଲୋଚନା ହେବ ବୋଲି ଶ୍ରୀମତୀ ରେଡ୍ଡୀ ପ୍ରକାଶ କରିଛନ୍ତି। ଶ୍ରୀକ୍ଷେତ୍ର ପୁରୀ ଭଳି ୨ୟ ଶ୍ରୀକ୍ଷେତ୍ର ବାରିପଦା ରେ ମଧ୍ୟ ରଥ କାର୍ଯ୍ୟ ଜୈବବଳୟ ମଧ୍ଯରେ କରାଯିବାକୁ ନେଇ ଉତ୍ସାହ ପ୍ରକାଶ ପାଇଛି
ବାରିପଦା ରଥଖଳାକୁ ପଶିଲା କରୋନା,ଜୈବବଳୟରେ ହେବ ରଥ ନିର୍ମାଣ କାର୍ଯ୍ୟ
/sambad/media/post_attachments/wp-content/uploads/2020/11/baripada-jagannath-temple-final.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)