ନୂଆପଡ଼ା: ନୂଆପଡ଼ା ଜିଲ୍ଲାକୁ ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ତଥା ନୂଆପଡ଼ା ଜିଲ୍ଲା କରୋନା ପର୍ଯ୍ୟବେକ୍ଷେକ ସତ୍ୟବ୍ରତ ସାହୁ ଶନିବାର ଦିନିକିଆ ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ଜିଲ୍ଲାର ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ଜିଲ୍ଲାର କରୋନା ସ୍ଥିତି ଉପରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ଶ୍ରୀ ସାହୁ ସକାଳେ ପ୍ରଥମେ ଧରାମବନ୍ଧା ପଞ୍ଚାୟତ କାର୍ଯ୍ୟାଳୟସ୍ଥିତ କୋଭିଡ ଟିକାକରଣ କେନ୍ଦ୍ର ପରିଦର୍ଶନ କରି କାର୍ଯ୍ୟକ୍ରମ ଅନୁଧ୍ୟାନ କରିଥିଲେ। ପରେ ସାରାବଙ୍ଗ ନୋଡାଲ ହାଇସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ କରୋନା ଅନୁପାଳନ ଉପରେ ସ୍ଥିତି ଅନୁଧ୍ୟାନ କରିଥିଲେ। ମଧ୍ୟାହ୍ନରେ ଡୁମେରପାଣି ୟୁଜି ହାଇସ୍କୁଲ ଓ ନ୍ୟାସନାଲ ନୋଡ଼ାଲ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ।
/sambad/media/post_attachments/wp-content/uploads/2021/04/90841f0a-1b45-49db-89c5-a76ef01206e7.jpg)
ମୋ ସ୍କୁଲ ଅଭିଯାନରେ ହେଉଥିବା କାର୍ଯ୍ୟ, ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ୧୦୦ ଦିନିଆ ଶିକ୍ଷାଦାନ ବ୍ୟବସ୍ଥାରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଖରିଆରରୋଡ଼ସ୍ଥିତ ପଡ଼ୋଶୀ ଛତିଶଗଡ଼ ସୀମାନ୍ତ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଅପରାହ୍ନରେ ସ୍ଥାନୀୟ ସର୍କିଟହାଉସଠାରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ କୋଭିଡ ପରିଚାଳନା ଉପରେ ସମୀକ୍ଷା କରିଥିଲେ।
ଗଣମାଧ୍ୟମକୁ କହିଥିଲେ ଯେ ଜିଲ୍ଲାରେ କରୋନା ସ୍ଥିତି ପୂରା ନିୟନ୍ତ୍ରଣରେ ଓ ସରକାରଙ୍କ ଏହା ପ୍ରତି ବିଶେଷ ଧ୍ୟାନ ରହିଛି। କରୋନା ମୁକାବିଲା ପାଇଁ ଟ୍ରାକିଂ ଟ୍ରେସିଂ ଓ ଟ୍ରିଟମେଣ୍ଟ ଓ ସର୍ବୋପରି ସଚେତନତାର ଗୁରୁତ୍ୱ ଅଛି ବୋଲି କହି ଜନ ସଚେତନତା ପାଇଁ ଗଣମାଧ୍ୟମର ମଧ୍ୟ ପ୍ରମୁଖ ଭୂମିକା ଥିବା କହିଥିଲେ। କରୋନା ପାଇଁ ସ୍କୁଲ୍ କଲେଜ୍ ଓ ଛତିଶଗଡ଼କୁ ଗମନାଗମନ ବନ୍ଦ ହେବାର ପ୍ରଶ୍ନରେ ସ୍ଥିତ ନିୟନ୍ତ୍ରଣରେ ଅଛି ଆବଶ୍ୟକ ହେଲେ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହି ସମୀକ୍ଷା ବୈଠକରେ ନୂଆପଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂହ, ଏଏସ୍ପି ସୁନୀଲ ଆଚାର୍ଯ୍ୟ, ନୂଆପଡ଼ା ଡିଆର୍ଡିଏ ପିଡି ନବୀନ ପଟେଲ, ନୂଆପଡ଼ା ସିଡିଏମ୍ଓ କାଳୀ ପ୍ରସାଦ ବେହେରା, ଉପଜିଲ୍ଲାପାଳ ଅଗସ୍ତି ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ଧ୍ୟାରାଣୀ ମାଝୀ, ଜିଲ୍ଲାର ସମସ୍ତ ବିଡିଓ ଓ ତହସିଲଦାରମାନେ ଉପସ୍ଥିତଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/74667749-c7e1-4355-96e4-b49f95de1676.jpg)