କୋଭିଡ଼-୧୯ ପରୀକ୍ଷା: ମୟୂରଭଂଜ ଜିଲ୍ଲାରେ ୧୨୫୯ ସ୍ୱାବରୁ ୧୦୭୧ ନେଗେଟିଭ, ୧୮୮ ରିପୋର୍ଟକୁ ଅପେକ୍ଷା

ବାରିପଦା: ମୟୂରଭଂଜ ଜିଲ୍ଲାରେ କୋଭିଡ଼-୧୯ ସ୍ୱାବର ନମୁନା ପରୀକ୍ଷା ୧୨୫୯ରେ ପହଁଞ୍ଚଛି । ଏପ୍ରିଲ୨୯ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ମୋଟ ୧୨୫୯ ଜଣଙ୍କ ନିକଟରୁ ସ୍ୱାବ ସଂଗ୍ରହ କରାଯାଇ କୋଭିଡ଼-୧୯ ପରୀକ୍ଷା ନିମନ୍ତେ ପଠା ଯାଇଥିଲା । ଏହା ମଧ୍ୟରୁ ୧୦୭୧ ଟି ସ୍ୱାବର ରିପୋର୍ଟ ଆସିଥିବା ସମୟରେ ୧୮୮ଟି ରିପୋର୍ଟ ପହଁଞ୍ଚି ନାହିଁ । ଆସିଥିବା ସମସ୍ତ ୧୦୭୧ଟି ରିପୋର୍ଟ ନେଗେଟିଭ ରହିଛି । ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ତେବେ ପଜିଟିଭ କେସ ଆସିନଥିବାରୁ ମୟୂରଭଞ୍ଜ ଜିଲ୍ଲା ଗ୍ରୀନ ଜୋନରେ ରହିଛି । ଏହା ମୟୂରଭଞ୍ଜବାସୀଙ୍କ ନିମନ୍ତେ ଆଶ୍ୱସ୍ତିର ବିଷୟ ହୋଇଥିବା ବେଳେ ଜନସାଧାରଣ କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ନିଜ ନିଜ ଘର ମଧ୍ୟରେ ସୁରକ୍ଷିତ ଭାବେ ରହିବା ନିମନ୍ତେ ଜିଲ୍ଲାପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର