ଚିତ୍ରକୋଣ୍ଡା: ସାରା ରାଜ୍ୟରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଉପଖଣ୍ଡ ଚିକିତ୍ସାଲୟରେ ଆଜି ପ୍ରଥମ କରି କୋଭିଡ ଟିକାକାରଣ କାର୍ୟ୍ୟକ୍ରମର ଆରମ୍ଭ କରାଯାଇଛି। ଏହି ଟିକାକରଣ କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବ୍ଲକ ଅଧୀନରେ ଥିବା ୧୮ ଗୋଟି ପଂଚାୟତରେ କାର୍ୟ୍ୟରତ ସମସ୍ତ ୩୨୪ ଜଣ ଅଙ୍ଗନବାଡ଼ି, ଅଶାକର୍ମୀ, ସ୍ଵାସ୍ଥ୍ୟକର୍ମୀଙ୍କୁ ଏହି ଟିକା ଦିଆଯିବାକୁ ସ୍ଥିର କରାଯାଇଛି। ଆଜିର ଟିକାକରଣ କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ମେଡିକାଲରେ କାର୍ଯ୍ୟରତ କିରାଣୀ ରାଜେନ୍ଦ୍ର ପ୍ରସାଦ ଦାସ ସର୍ବପ୍ରଥମେ ଟିକା ନେଇଥିଲେ। ଟିକା ଦେବା ପୂର୍ବରୁ ସ୍ୱାସ୍ଥ୍ୟକର୍ମୀଙ୍କୁ ବସିବା ନିମନ୍ତେ ଓ ଟିକା ଦେବାପରେ ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ବାସ୍ଥ୍ୟର ନିରୀକ୍ଷଣ ନିମନ୍ତେ ସ୍ଵତନ୍ତ୍ର କକ୍ଷ ଚିତ୍ରକୋଣ୍ଡା ମେଡ଼ିକାଲ ତରଫରୁ ବ୍ୟବସ୍ତା କରାଯାଇଥିଲା।

Advertisment

ଆଜି ସମୁଦାୟ ୩୨୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିଲା। ଅବଶିଷ୍ଟ ଜଣକୁ ଆସନ୍ତା ଗୁରୁବାର ଦିନ ଦିଆଯିବ ବୋଲି ସୂଚନା ହସ୍ତଗତ ହୋଇଛି। ଏହି ଟିକାକରଣରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. ସନ୍ଧ୍ୟାରାଣୀ ପଟ୍ଟନାୟକ, ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସା ଲୟ ଅଧ୍ୟକ୍ଷ ଡଃ. କ୍ଷୀରୋଦ ଚନ୍ଦ୍ର ମହନ୍ତ, ସାଗର କୁମାର ଵାଳା, ଏବଂ ଭ୍ୟାକସିନ ଏବଂ ଲୋଜେଷ୍ଟିକ ମ୍ୟାନେଜର ନାରାୟଣ ମହାଳିକ, ମହାମାରୀ ବିଶେଷଜ୍ଞ ଡ଼ଃ. ଦୁର୍ଗା ପ୍ରସାଦ ରାଜ ଉପସ୍ଥିତ ରହିଥିଲେ।