ଖୋର୍ଦ୍ଧା: ଖୋର୍ଦ୍ଧା ଉପକାରାଗାରରେ ଆଜି କୋଭିଡ୍ ପ୍ରତିଷେଧକ ଟିକାକରଣ ଅଭିଯାନରେ ୧୪୯ଜଣଙ୍କୁ ଟିକା ପ୍ରଦାନ କରାଯାଇଛି। ଏନେଇ ସୂଚନାଦେଇ ଉପକାରାଗାର ଅଧିକ୍ଷକ କୃଷ୍ଣଚନ୍ଦ୍ର ରାଉତ କହିଛନ୍ତି ଯେ ପୁଲିସ ମହାନିର୍ଦେଶକ (କାରାଗାର) ସନ୍ତୋଷ ଉପାଧ୍ୟାୟ ନିର୍ଦେଶକ୍ରମେ ଜେଲ୍ରେ କଏଦୀଙ୍କୁ ଟିକା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ଉପକାରାଗାରରେ ୩ଟି ପର୍ଯ୍ୟାୟରେ ଟିକା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୯ଜଣ ୪୫ ବର୍ଷରୁ ଊର୍ଦ୍ଧ୍ୱ ଅନ୍ୟ ଅସୁସ୍ଥତା ଥିବା କଏଦୀଙ୍କୁ ଟିକା ଦିଆଯାଇଥିଲା। ପରେ ୯ ଜଣ ୬୦ ବର୍ଷରୁ ଊର୍ଦ୍ଧ୍ୱର କଏଦୀଙ୍କୁ ଟିକା ଦିଆଯାଇଥିଲା।
ମୋଟ ୨୮ଜଣ କଏଦୀ ଦ୍ୱିତୀୟ ପର୍ଯ୍ୟାୟ ଟିକା ନେଇ ସାରିଛନ୍ତି। ଆଜି ତୃତୀୟ ପର୍ଯ୍ୟାୟରେ ମୋଟ ୧୪୯ଜଣ କଏଦୀଙ୍କୁ ଟିକା ଦିଆଯାଇଛି। ବଳକା ୩୪ଜଣ କଏଦୀ କୋଭିଡ୍ ସଂକ୍ରମିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ କୋର୍ଟଙ୍କ ନିର୍ଦେଶାନୁସାରେ ଛଡ଼ାଯାଇଛି। ଅନ୍ୟ ୨୮ଜଣଙ୍କୁ ୩ ମାସ ପରେ ଟିକା ଦିଆଯିବ। ସୂଚନାଯୋଗ୍ୟ ଚଳିତ ବର୍ଷ ଏପ୍ରିଲ୍ ମାସରେ ଓଡ଼ିଶା ହାଇକୋର୍ଟ ରାଜ୍ୟର ସମସ୍ତ ଜେଲ୍ରେ ଥିବା ଅନ୍ତେବାସୀଙ୍କୁ ପ୍ରାଥମିକତା ଭିତ୍ତିରେ କୋଭିଡ୍ ପ୍ରତିଷେଧକ ଟିକା ଦେବାକୁ ନିର୍ଦେଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Khordha-Jail-Covid-vaccine.jpeg)