କରୋନା ଯୁଦ୍ଧରେ ହାରିଗଲେ କୋଭିଡ୍‌ ଯୋଦ୍ଧା ମନୋରଂଜନ

ପାଟଣାଗଡ଼: କରୋନା ଯୁଦ୍ଧ ଲଢେଇରେ ହାରି ଯାଇଛନ୍ତି ଜଣେ କୋଭିଡ ଯୋଦ୍ଧା। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଟାଉନ ହାବିଲଦାର ଭାବେ କାମ କରୁଥିବା ମନୋରଂଜନ ବାରିକଙ୍କୁ ଗତ ନଭେମ୍ବର ୩ ତାରିଖରେ କରୋନା ଆକ୍ରାନ୍ତ‌ ହୋଇଥିବା ଜଣାପଡିଥିଲା। କରୋନା ପଜିଟିଭ ଥିବା ରିପୋର୍ଟ ପାଇବା ପରେ ସେ ବଲାଙ୍ଗୀର କୋଭିଡ ହସପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ଭୁବନେଶ୍ୱରସ୍ଥିତ କିମ୍‌ସ ହସପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ। ସେଠାରେ ସେ ଚିକିତ୍ସିତ ହେଉଥିଲେ। ଦୀର୍ଘ ଦିନ ଧରି ଚିକିତ୍ସା ହୋଇ ଶେଷରେ କରୋନା ଲଢେଇରେ ହାରି ଯାଇଥିବା ଜଣାପଡିଛି।

ବୁଧବାର ମନୋରଂଜନ ମୃତ୍ୟୁ ଘଟିଥିବା ଜଣାପଡିଛି। ସେ ଗତ ୨ ବର୍ଷ ପୂର୍ବରୁ ବଲାଙ୍ଗୀରରୁ ପାଟଣାଗଡ଼କୁ ବଦଳି ହୋଇ ଆସିଥିଲେ। ଏଠାରେ ସେ ଟାଉନ୍ ଥାନାରେ ହାବିଲଦାର ଭାବେ କାମ କରୁଥିଲେ। ତାଙ୍କ ବିୟୋଗରେ ପାଟଣାଗଡ଼ ଏସଡିପିଓ ସୁରେଶ ନାଏକ, ଥାନାଧିକାରୀ ପ୍ରୀୟଙ୍କା ରାଉତରାୟ ସହ ଅନ୍ୟ ପୁଲିସ କର୍ମଚାରୀ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର