କଟକ: କଟକ ଜିଲ୍ଲାରୁ ଗୁରୁବାର ଅପରାହ୍ନରେ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୧ ଜଣ କଟକ ମହାନଗର ନିଗମ ଅଞ୍ଚଳର। ସେ ମଧ୍ୟରୁ ୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୪ଜଣ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୩ଟି ସ୍ଥାନୀୟ ମାମଲା ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ କଟକ ମହାନଗର ନିଗମ ଅଞ୍ଚଳରୁ ଏଯାବତ ୨୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ବି କଟକ ସହରରେ ୧୭୯ଟି କରୋନା ସକ୍ରିୟ ମାମଲା ରହିଛି । କରୋନାରେ ସଂକ୍ରମିତ ହୋଇ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା କଟକ ମହାନଗର ନିଗମ ପକ୍ଷରୁ ଟୁଇଟ କରି ଗୁରୁବାର ସୂଚନା ଦିଆଯାଇଛି।
#COVID19 update in Cuttack city (CMC area)
Out of the 14 new COVID-19 positive cases reported today in #Cuttack district, 11 +ve cases belong to Cuttack city (CMC area).
Active surveillance, contact tracing, and sanitization of the concerned areas are underway. pic.twitter.com/GDomeHr9sd
— CMC,Cuttack (@CMCCuttack) July 9, 2020
ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏସ୍ସିବି ଆଇସୋଲେସନ୍ ଓ୍ଵାର୍ଡରୁ ଦୁଇ ଜଣ (୩୫ ଓ ୪୫ବର୍ଷର ପୁରୁଷ), ଘରୋଇ ନର୍ସିଂ ହୋମ୍ରୁ ୨୪ବର୍ଷର ଜଣେ ପୁରୁଷ ଓ ନିକଟରେ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୬୯ବର୍ଷର ଜଣେ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ସେହିପରି ଘରୋଇ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କନିକା ରୋଡ ଶାନ୍ତି ବିହାର ଅଞ୍ଚଳର ୩୨ବର୍ଷର ମହିଳା, ୫୭ବର୍ଷର ମହିଳା, ୪ବର୍ଷର ଶିଶୁ ଓ ୩୨ବର୍ଷର ଜଣେ ପୁରୁଷ ରହିଛନ୍ତି। ଏଥିସହିତ ଚିହ୍ନଟ ହୋଇଥିବା ତିନିଟି ସ୍ଥାନୀୟ ମାମଲା ମଧ୍ୟରୁ ସିଡିଏ ସେକ୍ଟର-୭ ଅଞ୍ଚଳରୁ ଜଣେ ୨୬ବର୍ଷର ମହିଳା, ଜଗତପୁର ଅଞ୍ଚଳରୁ ଜଣେ ୩୮ବର୍ଷର ପୁରୁଷ ଓ ସିଡିଏ ସେକ୍ଟର-୯ରୁ ଜଣେ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।