କଟକରୁ ଚିହ୍ନଟ ହୋଇଥିବା ୧୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ କରୋନା ଯୋଦ୍ଧା

କଟକ: କଟକରୁ ଆଜି ୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ପ୍ରତିଦିନ ବିଭିନ୍ନ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ବାରମ୍ବାର ଲୋକମାନଙ୍କୁ ଯଥାସମ୍ଭବ ସଚେତନ ରହିବା ସହିତ ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସଟଡାଉନ୍‌ ଘୋଷଣା ହୋଇଛି।

ଆଜି କଟକ ସହରରୁ ଚିହ୍ନଟ ହୋଇଥିବା ୧୬ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଏମ୍ସ ଆଇସୋଲେସନ୍‌ ଓ୍ଵାର୍ଡରୁ ଜଣେ ୧୩ବର୍ଷର ବାଳକ, ସମ୍‌ ହସ୍ପିଟାଲ ଆଇସୋଲେସନ୍‌ ଓ୍ଵାର୍ଡରୁ ଜଣେ ୫୮ବର୍ଷର ମହିଳା ଓ ଜଣେ ୩୫ବର୍ଷର ପୁରୁଷ, ଏସସିବି ଆଇସୋଲେସନ୍‌ ଓ୍ଵାର୍ଡରୁ  ଜଣେ ୨୬ବର୍ଷର ଓ ଜଣେ ୨୫ବର୍ଷର ମହିଳା ଓ  ୩୪ବର୍ଷର ଜଣେ ପୁରୁଷ କୋଭିଡ ଯୋଦ୍ଧା କରୋନାରେ ସଂକ୍ରମିତ ହୋଇଛନ୍ତି।

ଏଥିସହିତ ଦେୟଯୁକ୍ତ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଜଣେ ୩୭ବର୍ଷର ପୁରୁଷଙ୍କ ସ୍ୱାବରେ କରୋନା ସଂକ୍ରମଣ  ଚିହ୍ନଟ ହୋଇଛି। ସେ କିଛିଦିନ ତଳେ ଦୁବାଇରୁ ଫେରିଥିଲେ। ସେହିପରି ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନସର୍‌ ସେଣ୍ଟରରୁ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫୨ବର୍ଷର ଜଣେ ମହିଳା, ୫୦ବର୍ଷର ଜଣେ ପୁରୁଷ, ୨୬ବର୍ଷର ଜଣେ ମହିଳା ଓ ଜଣେ ୨୩ବର୍ଷର ପୁରୁଷ ରହିଛନ୍ତି। କଟକ ସଦରରୁ ୩୩ବର୍ଷର ଜଣେ ପୁରୁଷ, ୨୭ବର୍ଷର ଜଣେ ମହିଳା ଓ ୨୬ବର୍ଷର ଜଣେ ପୁରୁଷ ରହିଛନ୍ତି।

One more tests positive for COVID-19 in Odisha, total cases reach ...

ଆଜି ଚିହ୍ନଟ ହୋଇଥିବା ଦୁଇଟି ସ୍ଥାନୀୟ ମାମଲା ମଧ୍ୟରୁ ସିଡିଏ ସେକ୍ଟର-୧୧ ଅଞ୍ଚଳରୁ ଓଡ଼ିଶା ପୁଲିସର ଜଣେ ୪୮ବର୍ଷର କୋଭିଡ ଯୋଦ୍ଧା ଓ ମଙ୍ଗଳବାଗ ବଢ଼େଇ ସାହି ଅଞ୍ଚଳରୁ ୩୦ବର୍ଷର ଜଣେ ମହିଳା କୋଭିଡ ଯୋଦ୍ଧାଙ୍କର ବି କରୋନା ରିପୋର୍ଟ ପଜିଟିଭ ଆସିଛି।

ସମ୍ବନ୍ଧିତ ଖବର