ଗୋରୁ ବୋଝେଇ ପିକଅପ ଭ୍ୟାନ୍‌ ଜବତ; ଦୁଇ ଗିରଫ

ବାଙ୍ଗିରିପୋଷୀ: ବାଙ୍ଗିରିପୋଷୀ ପୁଲିସ ପେଟ୍ରୋଲିଂ ସମୟରେ ୧୧ଟି ଗୋରୁ ବୋଝେଇ କରି ଯାଉଥିବା ଏକ ପିକଅପ ଭ୍ୟାନ୍‌କୁ ଜବତ କରିବା ସହିତ ଗାଡିରେ ଥିବା ଡ୍ରାଇଭର ଓ ହେଲପରକୁ ଗିରଫ କରିଛି।

ସୂଚନାଯୋଗ୍ୟ, ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିତ ପୁରୁଷୋତ୍ତମ ଦାସଙ୍କ ନିର୍ଦ୍ଦେଶ କ୍ରମେ ଗୋରୁ ବୋଝେଇ ଗାଡିଗୁଡିକୁ ଧରିବା ପାଇଁ ଏସଡିପିଓ କୃଷ୍ଣ ପ୍ରସାଦ ପଟ୍ଟନାୟକ ସବୁ ଥାନା ଅଧିକାରୀଙ୍କୁ ସୂଚନା ଦେଇଥିଲେ।

ସୋମବାର ବିଳମ୍ବିତ ରାତିରେ ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ୍‌ ଠଇ୩୧୫୨୦୫କୁ କଲିକତା ଛକ ଠାରେ ଜବତ କରିଥିଲା। ଗାଡିରେ ଥିବା ୧୧ଟି ଗୋରୁଙ୍କୁ ବାଲେଶ୍ୱର ଗୋଶାଳାକୁ ପଠାଇ ଦିଆଯାଇଛି।

ବାଦାମପାହାଡ ଟେଣ୍ଟପୋଷୀରୁ ପଶ୍ଚିମବଙ୍ଗର ଫେଙ୍କକୁ ନେଇ ଯାଉଥିବା ଗାଡିର ଡ୍ରାଇଭର ଦେଓଗାଁର ଯୋଗେନ୍ଦ୍ର ମହାନ୍ତ ଓ ହେଲପର କୁସୁମି ଗ୍ରାମର ରବୀନ୍ଦ୍ର ନାଏକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ୧୦୨/୨୦୧୯ରେ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର