ସୁନ୍ଦରଗଡ଼/ରାଉରକେଲା: ରାଜଗାଙ୍ଗପୁର ଷ୍ଟେସନଠାରୁ ମାତ୍ର ୫ ଶହ ମିଟର ଆଗରେ ରାଉରକେଲାରୁ ପୁରୀ ଯାଉଥିବା ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନ ଏକ ଗାଈକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଗାଈର ମୃତ୍ୟୁ ହୋଇଯାଇଥିବା ବେଳେ ଟ୍ରେନର ସମ୍ମୁଖ ଭାଗ ସାମାନ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି। ଟ୍ରେନଟି ଅପରାହ୍ନ ୨ଟା ୧୦ରେ ରାଉରକେଲା ଛାଡ଼ି ପୁରୀ ଅଭିମୁଖେ ବାହାରିଥିଲା। ଅପରାହ୍ନ ୨ଟା ୨୫ରେ ରାଜଗାଙ୍ଗପୁର ଷ୍ଟେସନ ଅତିକ୍ରମ କରିବା ପରେ ରେଳଧାରଣା ଅତିକ୍ରମ କରୁଥିବା ଏକ ଗାଈକୁ ଧକ୍କା ଦେଇଥିଲା। ଦୁର୍ଘଟଣାସ୍ଥଳରେ ଟ୍ରେନଟି ୧୨ ମିନିଟ ଅଟକି ଥିଲା। ପାଇଲଟ୍‌ ଯାଞ୍ଚ କରିବା ପରେ ଟ୍ରେନକୁ ନେଇ ଆଗକୁ ବଢ଼ିଥିଲେ।