ରାଇସୁଆଁ: ଗୋରୁ ମୁହଁରେ ଛାଡ଼ିଦେଲେ ୧୫ଶହ ଗଛ। ଗଛ ଗଲା, ଏଥିପାଇଁ ଯାହା ଖର୍ଚ୍ଚ ହୋଇଥିଲା ତାହା ବି ଗଲା। ଖର୍ଚ୍ଚ ହୋଇଥିବା ୭ ଲକ୍ଷ ୨୭ ହଜାର ଟଙ୍କା ପାଣିରେ ପଡ଼ିଲା।
ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନ ରାଣୀବେଡ଼ାଠାରୁ କୁଳଙ୍ଗ ପର୍ଯ୍ୟନ୍ତ ପ୍ରାୟ ୬ କିମି ରାସ୍ତାରେ ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା। ଏହି ୬ କିମି ରାସ୍ତାରେ ୨୦୨୨-୨୩ ଆର୍ଥିକ ବର୍ଷରେ ୭ ଲକ୍ଷ ୨୭ ହଜାର ୪୧୦ ଟଙ୍କା ବ୍ୟୟରେ ୧୫ଶହ ଗଛ ଲଗାଯାଇଥିଲା। ଫଳକରେ ଲେଖାଯାଇଥିବା ସୂଚନା ଅନୁଯାୟୀ ଏହାର କୋଡ୍ ହେଉଛି ୨୪୩୦୦୬(ଡିପି) ୧୦୫୫୫୨୨୫। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଗଛ ଗୁଡ଼ିକ ଗୋରୁମୁହଁରେ ଚାଲିଯାଉଛି।

Advertisment

ବୃକ୍ଷରୋପଣ ପରେ ବାଡ଼ ବୁଜାଠାରୁ ଆରମ୍ଭ କରି ପାଣି ଦେବା ପର୍ଯ୍ୟନ୍ତ କାର୍ଯ୍ୟ କରାଯିବାକୁ ଥିବା ବେଳେ ତାହା କରାଯାଇ ନଥିବା ଅଭିଯୋଗ ହେଉଛି। ଗଛଗୁଡ଼ିକୁ ଖୋଲାରେ ଛାଡ଼ି ଦିଆଯାଇଥିବାରୁ ଗୋରୁଗାଈ, ଛେଳିମେଣ୍ଢା ପଶି ଗଛଗୁଡ଼ିକୁ ଖାଇବା ସହିତ ନଷ୍ଟ କରିଦେଉଛନ୍ତି। ଗଛଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ବ ତୁଲାଉଥିବା ୱାଚର ହିରଣ୍ୟ ମହାନ୍ତ ଅଫିସ ଛାଡ଼ି ଚାଲିଯିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ଏଥିନେଇ ବନାଞ୍ଚଳ ଅଧିକାରୀ ଶିବାଜୀ ମୋହନ ରାଓଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ଗତବର୍ଷ ଯୋଜନାରେ କାର୍ଯ୍ୟକାରୀ ହୋଇଥିଲା। ଚଳିତ ବର୍ଷ ମଧ୍ୟ ହେବ। ଯେଉଁ ୱାଚର କାମ କରୁଥିଲେ, କରାଉଥିଲେ କାର୍ଯ୍ୟ ସେହି ହିଁ କରିବେ ବୋଲି ସେ କହିଛନ୍ତି। ତେବେ ଗଛ ନଷ୍ଟ ହେବା ସଂପର୍କ‌େ ରସେ କିଛି କହି ନଥିଲେ।