ଭଦ୍ରକ/ଭଣ୍ଡାରିପୋଖରୀ: ଭୁବନେଶ୍ବରରୁ କଲିକତା ଯାଉଥିବା ଏକ ଗୋରୁ ବୋଝଇ କେଣ୍ଟନର ଗାଡିକୁ ଭଣ୍ଡାରିପୋଖରରୀ ପୁଲିସ ଜବତ କରିଛି। କଣ୍ଟେନର ଜବତ ବେଳେ ଏଇ ଗାଡିରେ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର କରାଯାଇଛି। ଏଇ ଗୋରୁ ନେଇ ଗୋରୁ ମାଫିଆ ମାନେ କଲିକତା ନେଉଥିବା ପୁଲିସ ସୂଚନା ପାଇବା ପରେ ଅଚଳାନକ ରାଜପଥ ଉପରେ ଚଢାଉ କରିଥିଲା।
ଜବତ କଣ୍ଟେନର ନମ୍ବର ଓଆର-୦୧- ପି- ୪୫୯୮ ରହିଛି। ଗାଡିଟିକୁ ପୁଲିସ ଭଣ୍ଡାରିପୋଖରୀ ଥାନାରେ ଅଟକ ରଖିଥିବା ବେଳେ ଏଇ ଘଟଣାରେ ଯେଉଁମାନେ ସଂପୃକ୍ତ ରହିଛନ୍ତି। ସେମାନଙ୍କୁ ପୁଲିସ ପଚରା ଉଚରା ଜାରି କରିଛି। ଗୋରୁ ମାଫିଆମାନେ ଭଦ୍ରକ ଜିଲ୍ଲାନରେ ବଶ୍ କିଛି ଦିନ ହେଲା ସକ୍ରିୟ ହୋଇ ଉଠିଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗୋରୁ ଓଡ଼ିଶାରୁ ପଶ୍ଚିମବଙ୍ଗ ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏଇ ଗୋରୁ ମାଫିଆଙ୍କୁ ଧରିବା ପାଇଁ ପୁଲିସ ଏବେ ଜାତୀୟ ରାଜପଥ ଉପରେ ପ୍ରତିଦିନ ସ୍ବତନ୍ତ୍ର ପେଟ୍ରୋଲିଂ କରୂଥିବା ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/IMG_20210421_143516.jpg)