ବିପୁଳ ପରିମାଣର ଗୋ ମାଂସ ଜବତ

ବାଲିପାଟଣା :ଭୁବନେଶ୍ବର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ସାହେବନଗର ଗ୍ରାମରୁ ବିପୁଳ ପରିମାଣର ଗୋ ମାଂସ ମଙ୍ଗଳବାର ଜବତ ହୋଇଛି।

ସୂଚନାଯୋଗ୍ୟ, ଜୟଦେବ ବିଜେପି ଭିଙ୍ଗାରପୁର ମଣ୍ଡଳ ତରଫରୁ ଏହି ମାଂସ ଜବତ ହୋଇଥିଲା। ଆଜି ବାହାରକୁ ସପ୍ଲାୟା ପାଇଁ ଗାଡ଼ି ଲୋର୍ଡ ହେବା ସମୟରେ ଦଳୀୟ କର୍ମକର୍ତା ଅଟକ ରଖି ପୁଲିସକୁ ଏହାର ସୂଚନା ଦେଇଥିଲେ ।

ବାଲିପାଟଣା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଫିରୋଜ ଅଲ୍ଲୀ ଖାନଙ୍କ ଘରେ ମହଜୁଦ ଥିବା ୩୦ପେଟିରୁ ଊର୍ଦ୍ଧ ଗୋ ମାଂସ ଜବତ କରିଥିଲା ଏବଂ ଗାତ ଖୋଳି ତାହାକୁ ପୋତା ଯାଇଥିଲା । ଭିଙ୍ଗାରପୁର ପଞ୍ଚାୟତ ବିଜେପି ସଭାପତି ସଞ୍ଜୟ ତ୍ରିପାଠୀ ଥାନାରେ ଏନେଇ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର