ବେଆଇନ ଗୋରୁ ଗାଡି ଜବତ, ୨୯ ଗୋରୁ ଉଦ୍ଧାର

ଭଦ୍ରକ: ଭଦ୍ରକ ସହରରେ ‌ ବେଆଇନ ଗୋଚାଲାଣ ଏକ ନିତିଦିନିଆ କାମ ହୋଇଥିବା ବେଳେ ଆଜି ଭୋର ସମୟରେ ଗ୍ରାମାଞ୍ଚଳ ପୁଲିସ ଏକ ଗୋରୁ ଗାଡିକୁ ଜବତ କରିଛି। ଏକ ଟ୍ରକରୁ ସ୍ଥାନୀୟ ଗୁଜିଦରଡା ଅଞ୍ଚଳରୁ ଏକ ଟ୍ରକରେ ୨୯ ଟି ଗୋରୁ ନେଇ ବାହାରକୁ ଚାଲାଣ କରୁଥିବା ବେଳେ ପୁଲିସ ଚଢାଉ କରି ଏକ ଟ୍ରକ ସହ ଦୁଇଜଣ ଗୋଚାଲାଣକାରୀଙ୍କୁ ‌ ଥାନାକୁ ନେଇ ଅଟକ ରଖିଥିଲା।OK

ପୁଲିସ ଟ୍ରକକୁ ଜବତ କରିବା‌ ସହ ଉଦ୍ଧ‌ାର ହୋଇଥିବା ୨୯ ଟି ଗୋରୁଙ୍କୁ ନେଇ ମାଇତାପୁର ସ୍ଥିତ ଗୋଶାଳାରେ ଛାଡି ଦେଇଛି। ଅଟକ ରହିଥିବା ଦୁଇ ଗୋଚାଲାଣକାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଗ୍ରାମାଞ୍ଚଳ ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର