ସିପିଆଇ ଓ ସିଆଇଟିୟୁ ପକ୍ଷରୁ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ପତାକା ଉତ୍ତୋଳନ ଓ ସଭା

ଭଦ୍ରକ: ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ ରଦ୍ଦ କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିକ୍ରି ବଂଦ କରିବା, ଶ୍ରମିକମାନଙ୍କୁ ସାମାଜିକ ନ୍ୟାୟ ମିଳିବା, ଶ୍ରମିକମାନଙ୍କ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ଆଦି ଦାବି ନେଇ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ଅବସରରେ ସିପିଆଇ(ଏମ) ପକ୍ଷରୁ ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ଚନ୍ଦ୍ରଶେଖର ନାୟକ ପତାକା ଉତ୍ତୋଳନ କରିଥିଲେ।

ଭାଟସାହି ନିକଟରେ ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟ ସିଂହ ନାୟକ, ବନ୍ତ ଛକ ଠାରେ ସିଆଇଟିୟୁର ବରିଷ୍ଠ ନେତା ଅଭିନ୍ନ ଚନ୍ଦ୍ର ରାୟ, କଚେରି ବଜାର ଠାରେ ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର ପତାକା ଉତ୍ତୋଳନ କରିଥିଲେ। ସେହିପରି ଭଦ୍ରକ ରେଳ ଷ୍ଟେସନ ଶ୍ରମିକ ୟୁନିୟନ କାର୍ଯ୍ୟାଳୟ ଠାରେ ପୂର୍ବତଟ ରେଳପଥ ଶ୍ରମିକ ସଂଘ ପକ୍ଷରୁ ଆୟୋଜିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ ପତାକା ଉତ୍ତୋଳନ କରିଥିଲେ।

ଏହି ଅବସରରେ ଅପରାହ୍ନ ୪ଟାରେ ସିଆଇଟିୟୁ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏକ ଲାଲ ପଟୁଆର ବନ୍ତ ଛକ ଠାରୁ ବାହାରି ସହର ପରିକ୍ରମା କରି ଷ୍ଟେଟ ବ୍ୟାଙ୍କ ଛକ ଠାରେ ଏକ ସାଧାରଣ ସଭା ହୋଇଥିଲା । ଏହି ସଭାରେ ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟ ସିଂହ ନାୟକ ସଭାପତିତ୍ୱ କରିଥିବା ବେଳେ ସିପିଆଇ(ଏମ) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ତଥା ପ୍ରଗତିଶୀଳ ସାପ୍ତାହିକ ପତ୍ରିକା ‘ସାମ୍ୟବାଦୀ’ ର ପୂର୍ବତନ ସଂପାଦକ ସନ୍ତୋଷ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ। ଅନ୍ୟତମ ଅତିଥି ଓ ବକ୍ତା ଭାବେ ସିଆଇଟିୟୁ ନେତା ରାଧା ଦାସ, ଅବସରପ୍ରାପ୍ତ ପ୍ରଫେସର ଡଃ ପ୍ରହଲ୍ଲାଦ ପତି, ପ୍ରଭାସ ମହାପାତ୍ର, ଶ୍ରମିକ କର୍ମଚାରୀ ନେତା ବାମଦେବ ମିଶ୍ର, ନବକିଶୋର ବେହେରା, ପ୍ରତାପ ପଟ୍ଟନାୟକ, ସିପିଆଇ(ଏମ) ଜିଲ୍ଲା କମିଟି ସଦସ୍ୟ ବିକାଶ ନାଥ, ଛାତ୍ର ନେତା ଷ୍ଟାଲିନ ଟିଟନ ଲେଙ୍କା, ଯୁବ ନେତା ବିନୋଦ ସାହୁ, ସେକ୍ ସନାଉଲ୍ଲା, କାଲୁ ଖାନ, ମଣ୍ଟୁ ମୁଣ୍ଡା, ସେକ୍ ସିକ୍ରୁ, ନିରଞ୍ଜନ ପାଣି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ଭଦ୍ରକ ଜିଲ୍ଲାର ଧାମରା, ଯଶିପୁର, ଚାନ୍ଦବାଲି, ବାସୁଦେବପୁର, ଆଗରପଡା, ବନ୍ତ, ତିହିଡି, ଭଣ୍ଡାରିପୋଖରୀ, ଧାମନଗର, ଅସୁରାଳି, ଧୁଷୁରୀ ଠାରେ ସିଆଇଟିୟୁ ପକ୍ଷରୁ ପତାକା ଉତ୍ତୋଳନ କରାଯାଇଛି ।

ସମ୍ବନ୍ଧିତ ଖବର