ଜୟପୁର: ଡିଜେଲ, ପେଟ୍ରେଲ, ଖାଇବା ତେଲ ଓ ଡାଲି, ପନି ପରିବା ଆଦିର ଦର ଆକାଶଛୁଆଁ। ଏହାକୁ ନିୟନ୍ତ୍ରଣ ଆଣିବାରେ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ସିପିଆଇର ସଂପାଦକ ଯୁଧିଷ୍ଟିର ରାଉଳ, ଶ୍ରମିକ ନେତା ପ୍ରମୋଦ ମହାନ୍ତି, ରାମକୃଷ୍ଣ ଦାସ।

Advertisment

ଦର ବୃଦ୍ଧିକୁ ବିରୋଧରେ ବାମପନ୍ଥୀ ଦଳଗୁଡ଼ିକ ପକ୍ଷରୁ ସମଗ୍ର ଓଡିଶାରେ ଆସନ୍ତା ୧୫ତାରିଖରେ ୬ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି। ଏହାକୁ କୋରାପୁଟ ଜିଲ୍ଲା ସିପିଆଇ ସଂପୁର୍ଣ୍ଣ ସମର୍ଥନ କରି ଜିଲ୍ଲାବ୍ୟାପୀ ଧାରଣା ଦେବ ବୋଲି କହିଛନ୍ତି ଶ୍ରୀ ରାଉଳ। ସେ ବିଭିନ୍ନ ବ୍ୟବସାୟିକ ସଂଗଠନ, ଟ୍ୟାକ୍ସି, ଟ୍ରକ, ବସ, ଗ୍ୟାରେଜ୍, ଚାମ୍ପର ଅଫ କମର୍ସ ଆଦିକୁ ଏହି ବନ୍ଦ ପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ।