କୋଟିଆ ବିବାଦର ସମାଧାନ ପାଇଁ ସଂସଦୀୟ କମିଟି ଗଠନ ହେଉ : ସିପିଆଇ

କୋରାପୁଟ :କୋରାପୁଟର ପ୍ରେସ କ୍ଲବ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । କୋଟିଆ ବିବାଦର ସମାଧାନ ସକାଶେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ସର୍ବଦଳୀୟ କମିଟି ଓ ସଂସଦୀୟ କମିଟି ଗଠନ କରି ସମସ୍ୟାର ସମାଧାନ କରିବାକୁ ସିପିଆଇ ଦାବି କରିଛି ।

ଭାରତୀତ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ପ୍ରତିନିଧି ମଣ୍ଡଳୀ କୋଟିଆ ଗସ୍ତ କରି ବିବାଦୀୟ ଗଂଜେଇପଦର,ଫଗୁଣସେନେରି ଓ ଫାଟୁ ସିନେରୀ ଗ୍ରାମ ଗସ୍ତକରି ଲୋକଙ୍କ ସହ ଆଲୋଚନା କରିଥିଲେ । ସୀମା ବିବାଦର ସମାଧାନ ସକାଶେ ଲୋକସଭାର ସଂସଦୀୟ କମିଟି ଗଠନକରି କୋଟିଆ ଅଂଚଳ ପରିଦର୍ଶନ କରିବା ସହ କ୍ଷମତା ସମ୍ପନ୍ନ ସର୍ବ ଦଳୀୟ କମିଟି ଗଠନ କରି ସମସ୍ୟାର ସମାଧାନ କରିବାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ କୋରାପୁଟ ଠାରେ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛନ୍ତି ।

ଆନ୍ଧ୍ର ସରକାର କୋଟିଆରେ ବେଆଇନ ଭାବେ ପଂଚାୟତ ନିର୍ବାଚନ କରିଥିବାରୁ ତାକୁ ମଧ୍ୟ ତୀବ୍ର ନିନ୍ଦା କରିଛନ୍ତି । ଓଡିଶାର   ଲୋକଙ୍କୁ ଆନ୍ଧ୍ର ସରକାର ଜଙ୍ଗଲ ଜମି ପଟା ଦେଇଛି ତାସହ ବ୍ୟକ୍ତିଗତ ଭାବେ ଭତ୍ତା ସ୍କୁଲ ପିଲାଙ୍କୁ ପାଠ ପଢିଵା ସକାଶେ ସ୍କଲ।ରସିପ, ଚାଉଳ ବଣ୍ଟନ କରୁଥୁବାବେଳେ ଓଡିଶା ସରକାର ପକ୍ଷରୁ କମ ପରିମାଣର ଦିଆଯାଉଛି । ଏଣୁ ଆନ୍ଧ୍ର ସୀମାନ୍ତରେ ବସବାସ କରୁଥୁବା ସମସ୍ତ ଲୋକଙ୍କ ଜୀବନ ଜୀବିକା ପାଇଁ ସୀମାନ୍ତ ବାସୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଗଠନ କରି ସେମାନଙ୍କ ଉନ୍ନତି କରିବାକୁ ଦାବି କରିଛନ୍ତି । ସୂଚନାନୁସ।ରେ ଏହି ଗ୍ରାମ ମାନଙ୍କର ଆନ୍ଧ୍ରର ବେଆଇନ ହସ୍ତକ୍ଷେପ ବିରୁଦ୍ଧରେ ଓଡ଼ିଶା ସରକାର ସୁପ୍ରିମ କୋର୍ଟରେ ମୋକଦ୍ଦମା କରିଥଲେ । ମାନ୍ୟବର ସୁପ୍ରିମକୋର୍ଟ ୧୯୮୮ ମସିହାରେ ରହିତାଦେଶ ଓ ୨୦୦୬ ମାର୍ଚ୍ଚ ୩୦ ତାରିଖରେ ଏହି ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ହୋଇଥିବାରୁ ସୁପ୍ରିମକୋର୍ଟର ବିଚାର ପରିସର ଭୁକ୍ତ ନୁହେଁ, ପ।ଲ୍ୟମେଣ୍ଟ ହିଁ ଏହାର ସମାଧାନ କରିପାରିବେ ବୋଲି ମତ ଦେଇ ସେ ପର୍ଯ୍ୟନ୍ତ ଆନ୍ଧ୍ର ସରକାର ଏହି ଗ୍ରାମ ଗୁଡିକରେ ହସ୍ତକ୍ଷେପ ନ କରିବା ପାଇଁ ସ୍ଥାୟୀ ରହିତାଦେଶ ଜାରି କରିଥିଲେ । ସେତେବେଳେ ଓଡ଼ିଶାରେ ବିଜେଡ଼ି – ବିଜେପି ସରକାର ଥିଲେ ସୁଦ୍ଧା ଫଳ ପ୍ରଦ ପଦକ୍ଷେପ ନିଆ ଯାଇନଥିଲା । ସେହି ଅଞ୍ଚଳ ର ନେତା ଥିବା ଜୟରାମ ପାଙ୍ଗି ଏଥି ପ୍ରତି ଆଦୌ ଧ୍ୟାନ ଦେଇନଥିଲେ । କଂଗ୍ରେସ ଦଳ ମଧ୍ୟ ଦୀର୍ଘ ଦିନ ଧରି କ୍ଷମତାରେ ଥିଲେ ମଧ୍ୟ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିପାରି ନଥିଲେ । ଏଣୁ ବର୍ତ୍ତମାନ ଓଡ଼ିଶାର ସ୍ବାର୍ଥ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଏହି ସମସ୍ୟାର ସ୍ଥ।ୟୀ ସମାଧାନ କରିବା ସଙ୍ଗେ ସଙ୍ଗେ ଓଡ଼ିଶାର ସାଂସଦ ମାନେ ଦଳମତ ନିର୍ବିଶେଷରେ ଏକାଠି ହୋଇ ଏ ଦିଗରେ ପଦଷେପ ଗ୍ରହଣ କରନ୍ତୁ ବୋଲି ସେମାନେ ଦାବି କରିଥିଲେ ।

ଏହି ସମୟରେ କ୍ଷିରୋଦ ସିଂ ଦେଓ,ପ୍ରକାଶ ପାତ୍ର,କୋରାପୁଟ ଜିଲ୍ଲା କମିଟି ସମ୍ପାଦକ ଯୁଧିଷ୍ଠିର ରାଉଳ,ପ୍ରମୋଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସରକାର ତୁରନ୍ତ କିଛି ପଦକ୍ଷେପ ଗ୍ରହଣ ନକଲେ ସୀମାନ୍ତ ଓ ସୀମାନ୍ତବାସୀ ସ୍ବାର୍ଥ ରକ୍ଷାପାଇଁ ଓଡିଶା ରାଜ୍ୟ କମିଟି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର