ଜୟପୁର: ବୋରିଗୁମ୍ମା ବ୍ଲକର ମାଲଦା ପଞ୍ଚାୟତର ବିଭିନ୍ନ କାମରେ କୋଟି କୋଟି ଟଙ୍କାକୁ ତୋଷାରପାତ କରି ହରିଲୁଟ କରାଯାଇଥିବା କୋରାପୁଟ ଜିଲ୍ଲା ସିପିଆଇପକ୍ଷରୁ ‌ଭିଜିଲାନ୍ସ ଏସପିଙ୍କ ନିକଟରେ ଅଭିଯୋଗ ହୋଇଛି। ଏହି ଦୁର୍ନିତୀର ପର୍ଦ୍ଧାପାସ କରିବାକୁ ମାଲଦାପଞ୍ଚାୟତବାସୀ ଓସିପିଆଇ ନେତା ମାନେ ଏସପିଙ୍କୁ ଅନୁରୋଧ କରିଥିଲେ।

Advertisment

ମାଲଦା ଗାଁରୁ ଭାଟିଗାଁ ରାସ୍ତା ମରାମତି, ମାଲଦା ବଡ଼ବନ୍ଧ ନିର୍ମାଣ, ମାଲଦା ୫ଟି ହାଇସ୍କୁଲର କାମ ଆଦିରେ ବ୍ୟାପକ ସରକାରୀ ଅର୍ଥ ତୋଷାରପାତ ହୋଇଛି ବୋଲି କହିଛନ୍ତି ଜିଲ୍ଲା ସିପିଆଇର ସମ୍ପାଦକ ଯୁଧିଷ୍ଠିର ରାଉଳ। ଏସପି ଅଭିଯୋଗ ପତ୍ର ଗ୍ରହଣ କରିବା ସହ ସବୁର ତଦନ୍ତ କରାଯାଇ ସତ୍ୟତା ରହିଥିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୃତି ଦେଇଥିବା କହିଛନ୍ତି ଶ୍ରୀ ରାଉଳ।