ବଲାଙ୍ଗୀର: ବିଭିନ୍ନ ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସିପିଆଇର ଶତାଧିକ ସଭ୍ୟ ନୂତନ ବସ୍‌ ଟର୍ମିନାଲରୁ ପଦଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ଜନବିରାଧୀ ନୀତି କରୁଥିବା ଅଭିଯୋଗ କରି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Advertisment

ଏହି ଅବସରରେ ୧୮ଟି ଦାବି ଉପସ୍ଥାପନ କରିଥିଲେ। ଦାବିଗୁଡ଼ିକ ମଧ୍ୟରେ ବେକାରୀ ସମସ୍ୟା ଦୂର କରିବା, ଭତ୍ତା ବୃଦ୍ଧି କରିବା, ମନ୍‌ରେଗାରେ ବର୍ଷକୁ ୨୦୦ ଦିନ କାମ ଯୋଗାଇବା, ଏମ୍‌ଡିଏମ୍‌ ପାଚିକାମାନଙ୍କୁ ସରକାରୀ ଚାକିରିଆ ମାନ୍ୟତା ପ୍ରଦାନ ଆଦି ରହିଛି। ଏହି ଆନ୍ଦୋଳନରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପାଣ୍ଡବ ଭୋଇ, ଗୋପାଳ ଭୋଇ, ଉମାକାନ୍ତ ବାଗ, ଅର୍ଜୁନ ଖସଲେଙ୍କ ସମେତ ଶତାଧିକ ସିପିଆଇ ସଭ୍ୟସଭ୍ୟା ଉପସ୍ଥିତ ଥିଲେ।