ଟିକ୍ଟକ୍ ଭିଡିଓ ବନାଇ ୨ ମହଲା ଛାତରୁ ଖସି ପଡ଼ି ଚିକିତ୍ସିତ ହେଉଥିବା ଯୁବକ ହସ୍ପିଟାଲ ବିଛଣାରେ ଶୋଇ ପୁଣି ବନାଇଲେ ଭିଡିଓ
ରାଉରକେଲା: ଟିକଟକ୍ ଭିଡିଓ ବନାଇ ୨ମହଲା ଛାତରୁ ଖସି ପଡ଼ି ଅନିଲ ଗୋଚ୍ଛାୟତ ନାମକ ଯୁବକ ଗୁରୁତର ହୋଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେବା ପାଇଁ ଭର୍ତ୍ତି ହୋଇଛନ୍ତି। ଏହାସତ୍ତ୍ୱେ ବି ତାଙ୍କର ଟିକ୍ଟକ୍ ନିଶା ଛାଡୁନାହିଁ। ମେଡିକାଲ୍ ବିଛଣାରେ ଶୋଇ ଶୋଇ ଚିକିତ୍ସାଧୀନ ଅବସ୍ଥାରେ ପୁଣି ସେ ଟିକ୍ଟକ୍ ଭିଡିଓ ବନାଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ତିନିଦିନ ତଳେ ରାଉରକେଲା ସେକ୍ଟର-୬ ଗୋଲଘର ଜି ବ୍ଲକରେ ରହୁଥିବା ଅନିଲ ଗୋଚ୍ଛାୟତ (୧୯) ଅପରାହ୍ନରେ ଘର ଛାତ ଉପରେ ତାଙ୍କର ଜଣେ ସାଙ୍ଗ ସହିତ ଟିକଟକ୍ ଭିଡିଓ ବନାଉଥିଲେ। ଏହି ସମୟରେ ଅସାବଧାନତା ହେତୁ ଛାତରୁ ସେ ତଳକୁ ଖସି ପଡ଼ିଥିଲେ। ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡ ପଛପାର୍ଶ୍ୱରେ ଗଭୀର ଆଘାତ ଲାଗିଥିଲା। ଅନିଲଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସଙ୍ଗେସଙ୍ଗେ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ସେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଟିକ୍ଟକ୍ ଭିଡିଓ ବନାଇ ଚର୍ଚ୍ଚାରେ ଅଛନ୍ତି।