କଣ୍ଟାମାଳ : ଜଙ୍ଗଲି ଝିଙ୍କ ଉଦ୍ଧାର

କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନାଞ୍ଚଳ ସୁଳିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଏକ ଜଙ୍ଗଲି ଝିଙ୍କ ଉଦ୍ଧାର କରାଯ଼ାଇଛି । ଏହି ଝିଙ୍କ ରଖିଥିବା ବ୍ୟକ୍ତି ବିରୁଦ୍ଧରେ ବନ ବିଭାଗ ପକ୍ଷରୁ  ମାମଲା ରୁଜ୍ଜୁ କରାଯ଼ାଇଛି ।

ବିଶେଷ ସୂତ୍ରରୁ ଖବର ପାଇ ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର ଗୋଚ୍ଛାୟତଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ସୁଳିଆ ଗ୍ରାମର ରାଧାକାନ୍ତ ସେଠୀ(୨୫)ଙ୍କ ଘରେ ଚଢାଉ କରାଯାଇଥିଲା । ତାଙ୍କ ଘରୁ ଜୀବିତ ଅବସ୍ଥାରେ ଥିବା ଏକ ଜଙ୍ଗଲି ଝିଙ୍କ ଜବତ କରାଯାଇ ରାଧାକାନ୍ତ ସେଠୀକୁ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ୧୯୭୨ ର ଧାରା ୬ , ୩୯ ( ଖ ) ( ୧ ) ଅନୁଯାୟୀ ଏକ କେଶ ନଂ . ୫୭ ( କେ ) ୨୦୨୧ – ୨୨ କଣ୍ଟାମାଳ ବନାଞ୍ଚଳରେ ରୁଜୁ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ କରାଯାଉଅଛି । ଏହି ଚଢାଉରେ କଣ୍ଟାମାଳ ବନାଞ୍ଚଳ ଅଧିକାରୀ  କୁମାରୀ କ୍ଷିରାବ୍ଧି ପ୍ରଧାନ, କଣ୍ଟାମାଳ ବନପାଳ ପ୍ରକାଶ ସେଠୀ, ବରପଦର ବିଟ୍ ବନରକ୍ଷୀ ବେବି ମିଶ୍ର ଓ ସେହି ରେଞ୍ଜର ଫରେଷ୍ଟ ସ୍କାର୍ଡ ଭାଗ ନେଇଥିଲେ । ସୁଳିଆ ସଂରକ୍ଷିତ ଜଙ୍ଗଲରୁ ଏହି ଝିଙ୍କ ଧରି ରାଧାକାନ୍ତ ଘରେ ରଖିଥିବା ବନବିଭାଗ ତଦନ୍ତରୁ ଜାଣିବାକୁ ପାଇଛି ।

ସମ୍ବନ୍ଧିତ ଖବର