କେଏମ୍‌ବିବି ବୈଷୟିକ ମହାବିଦ୍ୟାଳୟରେ ଏସ୍ଏମ୍‌ବିବି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ଖୋର୍ଦ୍ଧା: ଖୋର୍ଦ୍ଧା ଦଳେଇପୁଟ ଠାରେ ଥିବା କନକମଂଜରୀ ବ୍ରଜବନ୍ଧୁ ବୈଷୟିକ ମହାବିଦ୍ୟାଳୟ (କେଏମ୍‌ବିବି)ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାବିଦ୍ୟାଳରେ ଦୁଇ ଦିବଂଗତ ଛାତ୍ର ଶୁଭାଶିଷ ଓ ସିଦ୍ଧାର୍ଥଙ୍କ ସ୍ମୃତିରେ ଏସ୍ଏମ୍ବିବି କ୍ରିକେଟ୍ ଟୁର୍ନାମେଂଟ୍ ଉଦ୍ୟାପିତ ହୋଇଯାଇଛି ।

ମହାବିଦ୍ୟାଳୟର ଖେଳ ପଡ଼ିଆରେ ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଂଟ୍ର ଉଦ୍ଘାଟନୀ ଉତ୍ସବରେ ମହାବିଦ୍ୟାଳୟର ନିଦେ୍ଦଶକ ପ୍ରଫେସର ସୁଶାନ୍ତ କୁମାର ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ନାମେଂଟ୍ର ଶୁଭାରମ୍ଭ କରିଥିଲେ । ଟୁର୍ନାମେଂଟ୍ରେ ଛାତ୍ର ପ୍ରମୋଦ ବାରିକଙ୍କ ଅଧିନାୟକତ୍ୱରେ କମ୍ପ୍ୟୁଟର ସାଇନ୍ସ ଦଳ, ସୌମ୍ୟରଂଜନ ଓଝାଙ୍କ ଅଧିନାୟକତ୍ୱରେ ମେକାନିକାଲ୍ ବିଭାଗ ଦଳ, ରାକେଶ କୁମାର ସାହୁଙ୍କ ଅଧିନାୟକତ୍ୱରେ ଇଲେକ୍ଟ୍ରିକାଲ୍ ବିଭାଗ, ସ୍ୱପ୍ନେଶ୍ୱର ସାହୁଙ୍କ ଅଧିନାୟକତ୍ୱରେ ସିଭିଲ୍ ବିଭାଗର ଦଳ ଅଂଶ ଗ୍ରହଣ କରିଥିଲେ । ମୋଟ ୧୨ଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ୧୨ ନଭେମ୍ବରରେ ଅନୁଷ୍ଠିତ ଅନ୍ତିମ ମ୍ୟାଚ୍ରେ କମ୍ପ୍ୟୁଟର ସାଇନ୍ସ ବିଭାଗ ସିଭିଲ ବିଭାଗ ଦଳକୁ ହରାଇ ବିଜୟ ହୋଇଥିଲେ । ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ଜ୍ଞାନ ରଂଜନ ସାହୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ବ୍ୟାଟ୍ସମ୍ୟାନ୍ ଭାବେ ପାର୍ଥ ପ୍ରତୀକ ବେହେରା, ବୋଲର ପ୍ରିୟାଂଶୁ ନାୟକଙ୍କୁ ଚୟନ କରାଯାଇଥିଲା ।

ଉଦ୍ୟାପନୀ ଉତ୍ସବରେ ମହାବିଦ୍ୟାଳୟର ପ୍ରଶାସନିକ ନିର୍ଦ୍ଦେଶକ ସରୋଜ କୁମାର ପଣ୍ଡା, ନିର୍ଦ୍ଦେଶକ ସୁଶାନ୍ତ କୁମାର ଚୌଧୁରୀ, ମହାବିଦ୍ୟାଳୟ ଅଧ୍ୟକ୍ଷ ଭବାନୀ ପ୍ରସାଦ ପଟ୍ଟନାୟକ, ପ୍ଲେସମେଂଟ୍ ଅଧିକାରୀ ସୁକେନ୍ଦୁ ରଥ ଅତିଥି ଭାବେ ଯୋଗ ଦେଇ ବିଜୟୀ, ରନର୍ସ ଅପ୍ ଦଳ ଓ କୃତି ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ । ସମସ୍ତ ମ୍ୟାଚ୍ ଓ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର