ତରଭା: ସୋମବାର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡି ଜେଲ ଯାଇଥିବା ତରଭା ତହସିଲଦାର ସୁବ୍ରତ ବେହେରାଙ୍କ ବିରୁଦ୍ଧରେ କ୍ରାଇମବ୍ରାଞ୍ଚ ତଦନ୍ତ କରାଇବାକୁ ତରଭା ଟ୍ରାକ୍ଟର ମାଲିକ ସଙ୍ଘ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛି।

Advertisment

ମଙ୍ଗଳବାର ପୂର୍ବାହ୍ଣରେ ଟ୍ରାକ୍ଟର ମାଲିକ ସଙ୍ଘର ସଭାପତି ଦଶରଥ ସାହୁ,ସମ୍ପାଦକ ଶ୍ରୀକୁମାର ମହନ୍ତଙ୍କ ନେତୃତ୍ୱରେ ଶତାଧିକ ଟ୍ରାକ୍ଟର ମାଲିକ  ସେମାନଙ୍କ ଟ୍ରାକ୍ଟର ସହ ସ୍ଥାନୀୟ ପେଟ୍ରୋଲ ପମ୍ପ ଛକରୁ ଏକ ଶୋଭାଯାତ୍ରାରେ ତରଭା ମୁଖ୍ୟ ସଡକ ପରିକ୍ରମା ପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।ସହର ପରିକ୍ରମା ସମୟରେ ତହସିଲଦାର ଶ୍ରୀ ବେହେରାଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ମାନ ଦେଉଥିବା ଦେଖାଯାଇଥିଲା।ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋବ ପ୍ରଦର୍ଶନପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୨ ଦଫା ସମ୍ବଳିତ ଏକ ଦାବିପତ୍ର  ଅତିରିକ୍ତ ତହସିଲଦାର ତ୍ରିପୁରା ମହାନନ୍ଦଙ୍କ ହସ୍ତେ ପ୍ରଦାନ କରିଥିଲେ।ଦାବିପତ୍ରରେ ଘାଟକଇଁନ୍ତରା- ଖାରୀ ଶୁକତେଲ ନଦୀ ବାଲିଘାଟକୁ ଶୀଘ୍ର କାର୍ଯ୍ୟକ୍ରମ କରିବା ଓ ତହସିଲଦାର ଶ୍ରୀ ବେହେରା ତରଭାରେ କରିଥିବା ଦୁର୍ନୀତିର କ୍ରାଇମବ୍ରାଞ୍ଚ ତଦନ୍ତ କରାଇବା ଅନ୍ତର୍ଭୁକ୍ତ।ଦାବିପତ୍ର ପାଇବାପରେ ସାତଦିନ ମଧ୍ୟରେ ଘାଟକଇଁନ୍ତରା- ଖାରୀ ବାଲିଘାଟକୁ କାର୍ଯ୍ୟକ୍ଷମ କରାଯିବବୋଲି ଅତିରିକ୍ତତ ହସିଲଦାର ଶ୍ରୀ ମହାନନ୍ଦ ପ୍ରତିଶୃତି ଦେଇଥିଲେ।ଏହି ବିକ୍ଷୋବ ପ୍ରଦର୍ଶନରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରାକ୍ଟର ମାଲିକ ପବିତ୍ର ମିଶ୍ର, ଆକବର ଅଲ୍ଲୀ,ଘନଶ୍ୟାମ ଡାଙ୍ଗ,ମିତ୍ରଭାନୁ ମିଶ୍ର,ସଂଜୁ ନନ୍ଦ,ସମ୍ବିତ ଗୁରୁ,ପ୍ରହଲ୍ଲାଦ ଦଳବେହେରା ପ୍ରମୁଖ ସାମିଲ ଥିଲେ।

ଅଶୋକ କୁମାର ସାହୁ