ଭଞ୍ଜନଗର:ଆଜି ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ଚାରମୌଳି ଛକ ନିକଟରେ ପୁଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରିଛି। ପୁଲିସ ଏନକାଉଣ୍ଟରରେ ଆସ୍କା ଥାନା ଅନ୍ତର୍ଗତ ତୋଳାସାହି ଗ୍ରାମର ଗୁଜୁ ନାୟକ ଓରଫ କିଷାନ ପାତ୍ର ଗୁରୁତର ଭାବେ ଆହତ ହୋଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ କିଷାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ତାଠାରୁ ଏକ ମାଉଜର ଓ ଅଫୁଟା ଗୁଳି ଜବତ କରିଛି। କିଷାନ ନାମରେ ଆସ୍କା ଥାନାରେ ନରହତ୍ୟା, ହତ୍ୟା ଉଦ୍ୟମ, ଡକାୟତି ଉଦ୍ୟମ ଭଳି ସଙ୍ଗୀନ ଅପରାଧିକ ମାମଲା ରହିଛି।
ଆସ୍କା: ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର
/sambad/media/post_attachments/wp-content/uploads/2017/09/bhanjanagar-enounter-copy.jpg)