ଚାନ୍ଦବାଲି: ଅକାତ ପାଣିକୁ କୁମ୍ଭୀରିଆ ନଈ। ସବୁ ବେଳେ ବିପଦପୂର୍ଣ୍ଣ ଜୀବନ ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଝାଡ଼କଟା ଗାଁର ଲୋକେ ବଞ୍ଚିଛନ୍ତି। ସକାଳଠାରୁ ରାତି ପର୍ଯ୍ୟନ୍ତ ଗ୍ରାମବାସୀ ଏହି ନଦୀ ଉପରେ ନିର୍ଭର କରିଥାନ୍ତି। ହେଲେ ଏବେ ନଦୀରେ କୁମ୍ଭୀର ହାଉଯାଉ ହେଉଥିବା ଦେଖିବାକୁ ମିଳୁଛି।
ଗତ କିଛି ଦିନ ହେବ ମନ୍ତେଇ ନଦୀରେ ଥିବା କୁମ୍ଭୀର ବାରମ୍ବାର ମଣିଷ ଓ ଗାଈଗୋରୁଙ୍କ ଉପରକୁ ଆକ୍ରମଣ କରିଥିବା ଘଟଣା ଶୁଣିବାକୁ ମିଳୁଥିଲା। ତେବେ ସୌଭାଗ୍ୟବଶତଃ ଏଥିରେ କାହାରି କିଛି କ୍ଷତି ହୋଇ ନ ଥିଲା। କିନ୍ତୁ ଆଜି ଝାଡ଼କଟା ଗାଁର ରେନୁ ଜେନାଙ୍କ ଗର୍ଭଣୀ ଗାଈ ନଦୀ କୂଳକୁ ଚରିବାକୁ ଯାଇଥିବା ବେଳେ ଏକ ବଉଳା କୁମ୍ଭୀର ଗାଈକୁ ନଦୀ ଭିତରକୁ ଟାଣି ନେଇଥିଲା। ନଦୀକୂଳରେ ଥିବା ଗାଈଚରାଳୀ ଗାଈକୁ କୁମ୍ଭୀର ଟାଣି ନେଉଥିବା ଦେଖି ଡ଼ାକ ପକାଇ ଥିଲେ। ଡ଼ାକଶୁଣି ନିକଟରେ ଡ଼ଙ୍ଗାରେ ମାଛ ମାରୁଥିବା କିଛି ଧୀବର ସଂଗେସଂଗେ ଡ଼ଙ୍ଗା ନେଇ କୁମ୍ଭୀକୁ ଗୋଡ଼ାଇ ଥିଲେ। ତେବେ ଡ଼ଙ୍ଗାକୁ ଦେଖି କୁମ୍ଭୀର ଗାଈଟିକୁ ଛାଡ଼ି ଦେଇ ପାଣି ଭିତରକୁ ଚାଲି ଯାଇଥିଲା। ହେଲେ ସେତେବେଳକୁ ଗାଈଟିର ମୃତ୍ୟୁ ହୋଇଯାଇଥିଲା ।
/sambad/media/post_attachments/wp-content/uploads/2020/07/1cd4f66b-5e80-4111-aac9-f5f56bd90933-300x225.jpg)
ତେବେ ନଦୀ ମଧ୍ୟରେ କୁମ୍ଭୀର ହାଉଯାଉ ହେଉ ଥିବାରୁ ଲୋକେ ଭୟଭୀତ ହୋଇ ନଦୀକୂଳକୁ ଯିବାକୁ ଭୟ କରୁଛନ୍ତି । ଏଥିପ୍ରତି ବନବିଭାଗ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/55882f3c-a19a-47e4-bd35-d8a0846d887a.jpg)