ବ୍ରହ୍ମପୁର ବନଖଣ୍ଡ ଘୋଡ଼ାହାଡ଼ ଜଳଭଣ୍ଡାରରେ ୫୩ଟି କୁମ୍ଭୀର ଅଛନ୍ତି

ବ୍ରହ୍ମପୁର : ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ଘୋ଼ଡ଼ାହାଡ଼ ଜଳଭଣ୍ଡାର ଓ ଆଖପାଖରେ ଥିବା ୧୦ଟି ପୋଖରୀରେ କୁମ୍ଭୀର ଗଣନାକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଗଣନାରୁ ଜଣାପଡ଼ିଛି ଯେ ଜଳଭଣ୍ଡାରରେ ମୋଟ ୫୩ଟି କୁମ୍ଭୀର ଥିବାବେଳେ ପୋଖରୀ ଗୁଡ଼ିକରେ ୧୯ଟି କୁମ୍ଭୀର ଅଛନ୍ତି । ଫଳରେ ଉକ୍ତ ଅଞ୍ଚଳରେ ମୋଟ ୭୨ଟି କୁମ୍ଭୀର ଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି କୁମ୍ଭୀର ଗଣନାକାମ ଗତ ୯ ତାରିଖରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହି ଗଣନାବେଳେ ଘୋଡ଼ାହାଡ଼ ଜଳଭଣ୍ଡାରକୁ ୧୦ଟି ବର୍ଗରେ ବିଭକ୍ତ କରାଯାଇଥିଲା । ପ୍ରତି ବର୍ଗରେ ଜଣେ ବନ ଅଧିକାରୀ ଓ ନାଉରୀଆ ଥିଲେ । ସେହିପରି ପୋଖରୀଗୁଡ଼ିକରେ ହୋଇଥିବା ଗଣନା କାର୍ଯ୍ୟ ଜଣେ ବନ ଅଧିକାରୀ ଓ ଜଣେ ସ୍କ୍ବାର୍ଡ ସଦସ୍ୟଙ୍କ ଦ୍ବାରା କରାଯାଇଥିଲା । ଏହି କୁମ୍ଭୀର ଗଣନା କାର୍ଯ୍ୟ ଏସିଏଫ (ପ୍ରଶାସନ) ଅଶୋକ କୁମାର ବେହେରା, ଡାଟା ମ୍ୟାନେଜର ସୁବ୍ରତ ସ୍ବାଇଁ, ଦିଗପହଣ୍ଡି ରେଂଜ ଅଧିକାରୀଙ୍କ ତଦାରଖରେ ହୋଇଥିଲା ।

ସମ୍ବନ୍ଧିତ ଖବର