ରାଜନଗର: କୁମ୍ଭୀର ଗଣନା ପରେ ଆଜିଠାରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ। ଗତ ୧୫ରୁ ୨୩ ତାରିଖ ଯାଏ ଭିତରକନିକା ଭିତରେ ଓ ବାହାରେ ପ୍ରବାହିତ ନଦୀ, ନାଳରେ କୁମ୍ଭୀର ଗଣନା କରାଯାଇଥିଲା। ଗତକାଲି କୁମ୍ଭୀର ଗଣନା ଶେଷ ହେବା ପରେ ଆଜି ଠାରୁ ଭିତରକନିକା ଖୋଲିଛି। ଆଜି ପ୍ରଥମ ଦିନରେ ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି।
ଆଜି ଭିତରକନିକାକୁ ୧୪୬୨ ପର୍ଯ୍ୟଟକ ଆସିଛନ୍ତି।
ଏହାବାଦ୍ କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ସହିତ ପ୍ରାୟ ଶତାଧିକ ବିଜେପି କର୍ମୀ ଭିତରକନିକା ବୁଲିଛନ୍ତି। ସ୍ଥଳ ପଥରେ ଡାଙ୍ଗମାଳ ପ୍ରବେଶ ପଥ ଦେଇ ୫୨୪ ପର୍ଯ୍ୟଟକ ଭିତରକନିକା ବୁଲିଥିବା ବେଳେ ଖୋଳାରୁ ୬୮ଟି ବୋଟରେ ୫୭୮ଜଣ ପର୍ଯ୍ୟଟକ, ଗୁପ୍ତିରୁ ୨୩ଟି ବୋଟରେ ୨୮୦ଜଣ ଓ ଚାନ୍ଦବାଲିରୁ ୧୦ଟି ବୋଟରେ ୮୦ଜଣ ପର୍ଯ୍ୟଟକ ଭିତରକନିକା ବୁଲିଛନ୍ତି। ଜଳପଥରେ ୯୩୮ ପର୍ଯ୍ୟଟକ ଭିତରକନିକାର ଶୋଭା ଉପଭୋଗ କରିଥିବା ବେଳେ ସ୍ଥଳପଥରେ ୫୨୪ ପର୍ଯ୍ୟଟକ ଭିତରକନିକା ବୁଲିଛନ୍ତି। କୁମ୍ଭୀର ଗଣନା ପରେ କୁମ୍ଭୀରଙ୍କ ସ˚ଖ୍ୟା ବଢିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।