ପୁଅର ଫେରିବା ବାଟକୁ ଚାହିଁ ଥିଲେ ବୃଦ୍ଧ ବାପା-ମା’, ବିଲ ମଝିରୁ ଟାଣିନେଲା କୁମ୍ଭୀର

କୁମ୍ଭୀର ପାଟିରୁ ପୁଅର ଶରୀର ବିହିନ ମୁଣ୍ଡ ଜବତ

ଚାନ୍ଦବାଲି (ଅରୁଣ କୁମାର ସାହୁ): ଚାନ୍ଦବାଲି ବ୍ଲକ ଓରାସାହୀ ପଂଚାୟତ ନେଢୁଆଳି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଗାଷୀ ବିଲରେ କାମ କରୁଥିବା ବେଳେ କୁମ୍ଭୀର ଟାଣି ନେଇଛି। ଗ୍ରାମବାସୀମାନେ ବୈତରଣୀ ନଦୀ ପଠାରେ କୁମ୍ଭୀର ପାଟିରୁ ଚାଷୀର ମୁଣ୍ଡ ବିହିନ ଶରୀର ଉଦ୍ଧାର କରିଛନ୍ତି।

ନେଢ଼ୁଆଳି ଗାଁର ବରଜୁ ମାଝୀଙ୍କ ସାନପୁଅ ହେମନ୍ତ ମାଝୀ (୨୮) ନିଜର ଜମିଖଣ୍ଡେ ନଥିବା ବେଳେ ଆଜି ସକାଳ ୭ଟାରେ ଘରୁ ଖାଇପିଇ ଜୁଆରିଆ ବୈତରଣୀ ନଦୀ କୂଳରେ ଥିବା ଭାଗ ଜମିରେ ବିଲକୁ ଧାନତଳି ରୋଇବାକୁ ଯାଇଥିଲେ। ବର୍ଷା ହେଉଥିବାରୁ ତଳିଯାକ ରୋଇ ଦେଇ ସଅଳ ଫେରିଆସିବାକୁ କହିଯାଇଥିଲେ। ହେଲେ ଅପରାହ୍ନ ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ହେମନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ଗାଁ ଲୋକଙ୍କୁ ଏବାବଦରେ କହିଥିଲେ। ଗ୍ରାମବାସୀ ବିଲର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ମାତ୍ର ହେମନ୍ତଙ୍କର କୌଣସି ପତ୍ତା ମିଳିନଥିଲା।

ପୁଅର ଫେରିବା ବାଟକୁ ବୃଦ୍ଧା ବାପା-ମା’ ଚାହିଁ  ବସିଥବା ବେଳେ ପୁଅର ଶବ ଘରକୁ ଫେରିଥିଲା। ହେମନ୍ତଙ୍କ ମୃତଦେହ ଦେଖି ସରରିବାର ବେସାହାରା ହୋଇପଡ଼ିଥିଲେ। ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ଭୁଇଁତଳେ ଲୋଟି ଯାଉଥିଲେ ସପରିବାର। ଶୋକାକୂଳ ପରିବାରଙ୍କ କାନ୍ଦବୋବାଳିରେ ସାରା ଗାଁଟା ଶୋକାକୂଳ ପରିବେଶ ସୃଷ୍ଠି କରିଥିଲା ହେମନ୍ତଙ୍କୁ କୁମ୍ଭୀର ଖାଉଥିବା ବେଳେ ଗାଁ ଲୋକେ ଉଦ୍ଧାର କରିଥିଲେ ଶରୀର ବିହିନ ମୁଣ୍ଡ ।

ହେମନ୍ତ ପର ଘରେ ମୁଲ ଲାଗିବା ସହିତ ନିଜର ଚାଷ ଜମି ନଥିବାରୁ ଭାଗବିଲ ଆଣି ଧାନ ଚାଷ କରି ନିଜେ ୪ ପ୍ରାଣୀ କୁଟୁମ୍ବ ମୁହଁରେ ଆହାର ଯୋଗାଉଥିଲେ। କହିଲେ ବାପା ବରଜୁ ମାଝୀ (୭୫) ମା’ ବେଙ୍ଗୁଲି ମାଝୀ (୬୫) ପତ୍ନୀ ଅଳି ମାଝୀ(୨୫) ଏକ ମାତ୍ର ୧୦ ମାସର ଝିଅ ଲକ୍ଷ୍ମୀ ମାଝୀ ହେମନ୍ତଙ୍କ ବିବାହର ୬ବର୍ଷ ପରେ ୧୦ ମାସର ଏକ ଶିଶୁ କନ୍ୟା ହୋଇଥିବା ବେଳେ ପରଘରେ ମୁଲ ଲାଗିଲେ ଚୁଲି ଜଳୁଥିଲା। ହେଲେ ହଠାତ ଆଜି ତାଙ୍କ ପରିବାର ଉପରେ ଭାଙ୍ଗି ପଡ଼ିଲା ଦୁଃଖର ପାହାଡ଼। ସକାଳେ ବିଲକୁ ଧାନ ତଳି ରୋଇବାକୁ ଯାଇଥିବା ବେଳେ ସେ କୁମ୍ଭୀର ହାବୁଡ଼ରେ ପଡ଼ିଥିଲେ।

ବୈତରଣୀ ନଦୀ ନିକଟରେ ଭାଗ ଚାଷ ହୋଇଥିବା ବେଳେ ନଦୀର ଜୁଆରରେ ହିଡ଼ ଡ଼େଇ ପାଣି ଚାଲୁଥିଲା। ବିଲରେ ଏକୁଟିଆ ହେମନ୍ତକୁ ପାଇ କୁମ୍ଭୀର ଟାଣିନେଇଥିଲା। ଉଦ୍ଧାର ବେଳେ ନଦୀ ପଠାରେ କୁମ୍ଭୀର ହେମନ୍ତକୁ ଖାଉଥିବା ବେଳେ ଗ୍ରାମବାସୀ ଘଉଡ଼େଇ କେବଳ ମୁଣ୍ଡ ଜବତ କରିଥିଲେ। ଉଦ୍ଧାର ହେବା ପୂର୍ବରୁ କୁମ୍ଭୀର ହେମନ୍ତ ଶରୀରର ସମସ୍ତ ହାତ ଗୋଡ଼ ଛାତି ଖାଇସାରିଥିଲା । ଶରୀରର ଅବଶିଷ୍ଠ ଅଂଶକୁ ଉଦ୍ଧାର ପରେ ଘଟଣାସ୍ଥଳରେ ସାରଣା ରାଜସ୍ୱ ନିରୀକ୍ଷକ ଯୋଗେନ୍ଦ୍ର ପ୍ରସାଦ ମାଝୀ ତଦନ୍ତ କରିଥିବା ବେଳେ ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ନେଢ଼ୁଆଳି ଗାଁର ସମସ୍ତ ବିଲ ବୈତରଣୀ ନଦୀ କୂଳରେ ହୋଇଥିବାରୁ ବିଲରେ ଧାନ ଚାଷ ସମୟରେ ଇତିମଧ୍ୟରେ କୁମ୍ଭୀର ଦୁଇଜଣଙ୍କ ଜୀବନ ନେଲାଣି। ବନବିଭାଗ ତୁରନ୍ତ ହେମନ୍ତଙ୍କ ପରିବାରକୁ କ୍ଷତିପୁରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର