ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଓ ବାହାରେ ପ୍ରବାହିତ ନଦୀ ନାଳରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟା ୧୭୫୭ ରହିଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୭୬୮କୁ ବୃଦ୍ଧି ପାଇଛି। ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଗତ ୧୫ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ଜାତୀୟ ଉଦ୍ୟାନରେ ଚାଲିଥିଲା କୁମ୍ଭୀର ଗଣନା।
ଏହି ଗଣନା କାର୍ୟ୍ୟରେ ବନ ବିଭାଗର ୨୨ଟି ଟିମ୍ ନିୟୋଜିତ ରହିଥିଲେ। ସମୁଦାୟ କୁମ୍ଭୀର ସଂଖ୍ୟାରୁ ଅଧିକ କୁମ୍ଭୀର କନିକା ରେଞ୍ଜରେ ଥିବା ରାଜନଗର ଡ଼ିଏଫ୍ଓ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/IMG-20210125-WA0006.jpg)