ଗାଧୁଆ ପୋଖରୀରେ ଥିଲା କୁମ୍ଭୀର, ସତର୍କତାର ସହିତ ଜାଲରେ ଧରିଲା ବନ ବିିଭାଗ

ମାଲକାନଗିରି: କୁମ୍ଭୀର ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି ଗ୍ରାମବାସୀ। ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ବନ ବିଭାଗ ତରଫରୁ ପୋଖରୀରେ ଥିବା ଏକ କୁମ୍ଭୀରକୁ ଉଦ୍ଧାର କରାଯାଇଛି। ବାଲିମେଳା ନିକଟସ୍ଥ ସଦାଶିବପୁର ଗ୍ରାମରେ ଥିବା ଏକ ପଖୋରୀରେ କୁମ୍ଭୀର ଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ପୋଖରୀରେ କୁମ୍ଭୀର ଦେଖି ଭୟଭୀତ ହୋଇପଡିଥିଲେ। ତୁରନ୍ତ ବାଲିମେଳା ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗର କର୍ମଚାରୀ ମାନେ ପୋଖରୀ ନିକଟକୁ ଆସି ଯାଞ୍ଚ କରିବା ପରେ ସତରେ ଏକ କୁମ୍ଭୀର ରହିଥିବା ଦେଖିବାକୁ ପାଇଥିଲେ। ନିଶ୍ଚିତ ଭାବେ ଗ୍ରାମବାସୀ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି।

ବନ ବିଭାଗର କର୍ମଚାରୀ ମାନେ ଜାଲ ସାହାଯ୍ୟରେ କୁମ୍ଭୀରକୁ ଉଦ୍ଧାର କରିଥିିଲେ। ତୁରନ୍ତ ଚିକିତ୍ସା କରାଇଥିଲେ। ଏହି କୁମ୍ଭୀର ୫ ଫୁଟ ୬ ଇଞ୍ଚ ଥିବାବେଳେ ଓଜନ ୧୭ କିଲୋ ବୋଲି ଜଣାପଡିଛି। ଏହି କୁମ୍ଭୀରକୁ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଛଡ଼ାଯିବ ବୋଲି ଜଣାପଡିଛି। ବର୍ଷାଋତୁରେ କୁୁମ୍ଭୀରଟି ଗାଁ ପୋଖରୀକୁୁ ଆସିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର