ମେଣ୍ଢାଶାଳ: ଭୁବନେଶ୍ୱର ବ୍ଲକ୍ ମେଣ୍ଡାଶାଳ ପଞ୍ଚାୟତ ପୋଖରିରେ ଗତ ଦଶ ଦିନ ହେବ ଥିବା ଏକ କୁମ୍ଭୀରକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଆଜି ସକାଳୁ ଉଦ୍ୟମ ଆରମ୍ଭ ହୋଇଥିଲା। ଡମପଡ଼ା, ହଳଦିଆ ଓ ଚନ୍ଦକା ରେଞ୍ଜ ପକ୍ଷରୁ ମିଳିତ ଭାବେ ଜାଲ ଦ୍ୱାରା ଏହି କୁମ୍ଭୀରକୁ ଧରାଯାଇଛି।
ସୂଚନାଯୋଗ୍ୟ ଯେ ଏହି ପଞ୍ଚାୟତ ପୋଖରିକୁ ଜଣେ ବ୍ୟକ୍ତି ନିଲାମ ନେଇଛନ୍ତି। ମାତ୍ର କୁମ୍ଭୀର ଯୋଗୁଁ ସେ ପୋଖରିରୁ ମାଛ ଧରି ପାରୁ ନ ଥିବା ଦର୍ଶାଇ ବନବିଭାଗ ନିକଟରେ ଅଭିଯୋଗ କରିଥିଲେ। ସେହିପରି କୁମ୍ଭୀର ପଞ୍ଚାୟତ ପୋଖରିରେ ଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ମଧ୍ୟ ସୃଷ୍ଟି ହୋଇଥିଲା। ତେଣୁ ତାକୁ ସେଠାରୁ ଧରି ଅନ୍ୟତ୍ର ନେବା ପାଇଁ ଉଦ୍ୟମ କରାଯାଇଥିଲା। ବାଙ୍କି ତାଳବସ୍ତରୁ ଆସିଥିବା ମତ୍ସ୍ୟଜୀବୀମାନେ ଏହି ୪ ଫୁଟ୍ ଲମ୍ବ ଦୁଇ ଫୁଟ୍ ଗୋଲେଇର ଏହି କୁମ୍ଭୀରଟି ଧରଥିଥିଲେ। । ପରେ ତାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଯୋଜନା କରାଯାଇଛି।
ମେଣ୍ଢାଶାଳ ପୋଖରିରୁ କୁମ୍ଭୀର ଧରିଲା ବନବିଭାଗ
/sambad/media/post_attachments/wp-content/uploads/2017/11/mendhasala-1.jpg)