ଦୁଇଏକର ଧାନ ଫସଲ ଦଳିଦେଲେ ହାତୀ

ତେଲକୋଇ: ତେଲକୋଇ ବ୍ଲକ୍‌ ଭୀମକାଣ୍ଡ ଗ୍ରାମରେ ହାତୀ ପଲ ପଶି ୨ ଏକରରୁ ଅଧିକ ଧାନ ଫସଲ ଦଳିମକଚି ନଷ୍ଟ କରିଦେଇଛନ୍ତି। ବିଳମ୍ବିତ ରାତିରେ ଏକ ୧୨ ଟିକିଆ ହାତୀପଲ ଗ୍ରାମର ବାଲିଶର ଚକରେ ପଶି ଭୋଳାନାଥ ସାହୁଙ୍କ ୫ ଏକର ଚାଷଜମିରୁ ୨ ଏକର ମାଡିଦଳି ଦେଇଛନ୍ତି। ଚଳିତବର୍ଷ ଅନିୟମିତ ବର୍ଷାରେ ବହୁ ସମସ୍ୟାର ସମ୍ମୁଖୀନ ହୋଇ ଆଗୁଆ ଧାନ ରୋଇଥିଲେ। ଏକର ପ୍ରତି ୧୨ ରୁ ୧୫ ହଜାର ଟଙ୍କା ବ୍ୟୟ କରି ଧାନ ଚାଷ କରିଥିଲେ।

ତେବେ ହାତୀପଲ ସବୁ ଉଜାଡ଼ି ଦେଇଛନ୍ତି। ତେଲକୋଇ ଅଞ୍ଚଳରେ  ବର୍ଷ ତମାମ ହାତୀ ଉପଦ୍ରବ ଯୋଗୁଁ ଧନଜୀବନ ହାନି ଘଟୁଛି। ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାକୁ ଉଦ୍ୟମ କରାଯାଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ କ୍ଷତିଗ୍ରସ୍ତ ଲୋକଙ୍କୁ ମଧ୍ୟ ସହାୟତା ଯୋଗାଇ ଦେବାରେ ଅବହେଳା କରୁଥିବା ନେଇ ଦିନକୁ ଦିନ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧିତ ଖବର