ସାବିତ୍ରୀ-ରଜ ପାଇଁ କରୋନା କଟକଣାକୁ ଫାଙ୍କିଦେଲେ: ଆଖି ବୁଜି ଦେଲା ଜଗତସିଂହପୁର ପୁଲିସ ଓ ପ୍ରଶାସନ

ବଜାରରେ ହଜାର ହଜାର ଲୋକଙ୍କ ଗହଳି, ସଟ୍‌ର ବନ୍ଦ କରି ଶାଢ଼ି ବିକ୍ରି

ଜଗତସିଂହପୁର ଟାଉନ୍‌: କରୋନାର ଭୟାବହତା ଯୋଗୁଁ ବାରମ୍ବାର ସଚେତନତା କରିବା ପରେ ମଧ୍ୟ ଜଗତସିଂହପୁର ବଜାରରେ ଯେଉଁ ଭଳି ହଜାର ହଜାର ଲୋକଙ୍କ ଗହଳି ଦେଖିବାକୁ ମିଳିଲା ତାହା ସବୁ ସୀମାସରହଦକୁ ଟପି ଯାଇଥିଲା । ସାବିତ୍ରୀ ଓ ରଜ କିଣା କିଣି ପାଇଁ କରୋନା କଟକଣାକୁ ଫୁ କରି ଦେଲେ ଲୋକ । ଏପଟେ ପୁଲିସ ଓ ପ୍ରଶାସନ ଯେମିତି ସ୍ଥାଣୁ ହୋଇଗଲା । କରୋନା କଟକଣା ଭାଙ୍ଗି ବିନା ଭୟରେ କରୋନାକୁ ବଢ଼ାଇ ଚାଲିଲେ ।

ଜଗତସିଂହପୁର ଜିଲ୍ଲାରେ କରୋନାର ଭୟ ଏବେ ବି ରହିଛି । ମଙ୍ଗଳବାର (୨୦୨୧ ଜୁନ ୮ ତାରିଖ) ଜିଲ୍ଲାରେ ୨୩୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଅଢ଼େଇ ହଜାରରୁ ଅଧିକ କରୋନା ରୋଗୀ ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସରକାରୀ ରିପୋର୍ଟ ବାଦ୍ ଉପକୂଳ ଅଂଚଳରେ ଘରେ ଘରେ କରୋନା ଲକ୍ଷଣ ଦେଖିବାକୁ ମିଳୁଛି । ବାଲିକୁଦା ବଡଗାଁର ଉପେନ୍ଦ୍ର ବିଶ୍ୱାଳଙ୍କ ପରିବାରର ଚାରି ଜଣ ଲଗାତାର ଭାବେ କୋଭିଡ୍‌ରେ ପ୍ରାଣ ହରାଇଛନ୍ତି । ଏହି ପରି ଜିଲ୍ଲାରେ ହୃଦ ବିଦାରକ ଘଟଣା ଘଟୁଛି ହେଲେ ଲୋକ ଚେତୁ ନାହାନ୍ତି । ମଙ୍ଗଳବାର ସକାଳ ୬ଟାରୁ ହିଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସକାଳ ୭ଟାରୁ ୧୧ଟା ବଜାର ଖୋଲିବାକୁ ଅନୁମତି ଅଛି । ସେଥିରେ ପାଦରେ ଚାଲି ଚାଲି ନିକଟରୁ ସଉଦା କିଣିବାକୁ ଅନୁମତି ମିଳିଥିଲା । ହେଲେ ହଜାର ହଜାର ଗାଡ଼ିରେ ଲୋକମାନେ ଯାତାୟତ କରୁଥିଲେ । ବଜାରରେ ପ୍ରବଳ ଗହଳି ଲାଗି ରହିଥିଲା । ଫଳ ଦୋକାନ ଗୁଡ଼ିକରେ ଲାଗାଲି ହୋଇ ଲୋକମାନେ ଗହଳି ଲଗାଇଥିଲେ । ଛୋଟ ବଡ଼ ଏମିତି କୌଣସି ଲୁଗା ଦୋକାନ ନଥିଲା ଯେଉଁଠାରେ ସଟର୍ ଟେକା ହୋଇ ଭିତରେ ଲୋକଙ୍କୁ ଭର୍ତ୍ତି କରାଯାଇ ବେପାର କରାଯାଇ ନଥିଲା ।

ଦୁଇ ଦିନ ତଳେ ପୌର ଅଧିକାରୀ ଓ ତାଙ୍କ ଟିମ୍ ସହରର ତିନୋଟି ଲୁଗାରୁ ୧ ଲକ୍ଷ ୭୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଏହାକୁ ସ୍ୱାଗତ ମଧ୍ୟ କରାଯାଇଥିଲା । କିନ୍ତୁ ଏତେ ମାତ୍ରାରେ ଗହଳି ଥାଇ ବି ଜରିମାନା କଣ ପୌର କାର୍ଯ୍ୟାଳୟର ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ଫୋନ୍ କରି ଖବର ଦେଲେ ମଧ୍ୟ ସେମାନେ ଆସି ନଥିଲେ । ସହରର ଏକ ଜଣାଶୁଣା ଦୋକାନ ବନ୍ଦ ଥିବା ବେଳେ ନିଜ ଘର ଭିତରେ ପ୍ରାୟ ଦୁଇ ଶହ ଲୋକଙ୍କୁ ପୁୂରାଇ ମଙ୍ଗଳବାର ବେପାର କରୁଥିବା ଦେଖିବାକୁ ମିଳିଥିଲା । ସବୁ ଲୁଗା ଦୋକାନ ଆଗରେ ଫୋନ୍ ନମ୍ବର ଲଗା ଯାଇଥିଲା । ଫୋନ୍ ନମ୍ବରକୁ କଲ୍ କଲେ ଲୁଗା ଦୋକାନର ଲୋକ ଆସି ବସ୍ତ୍ରାୟଳ ବିକ୍ରି କରୁଥିବା ସ୍ଥାନକୁ ନେଇ ଯାଉଥିଲେ । ଏହା ସବୁ ଦୋକାନ ଗୁଡ଼ିକରେ ପ୍ରାୟ କରାଯାଉଥିଲା ।

ତେବେ ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି କରୋନା କଟକଣାକୁ ଫୁ କରି ଅମାନ୍ରି ବ୍ୟବସାୟୀ ବେପାର କରୁଥିଲେ ହେଁ ପୁଲିସ ଓ ପ୍ରଶାସନ କାହିଁକି ଆଜି ଚୁପ୍ ବସିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏମିତିକି ଯଦି ଏଭଳି କରିବାର ଥିଲା ତେକେ କାହିଁକି ଉଦେଶ୍ୟ ମୂଳକ ଭାବେ ମାତ୍ର ତିନୋଟି ଦୋକାନ ଉପରେ ବଡ଼ ଧରଣର ଫାଇନ୍ କଟାଗଲା ତାହା ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ଯାହାକୁ ନେଇ ବଡ଼ ଅସନ୍ତୋଷ ଦେଖିବାକୁ ମିଳୁଛି । ସାବିତ୍ରୀକୁ ଆଉ ଗୋଟିଏ ଦିନ ରହିଲା । ଆଗକୁ ଗହଳି ପ୍ରବଳ ମାତ୍ରାରେ ବଢ଼ିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର