ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜୀବନରେଖା ହେବାକୁ ଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ ଏବେ ଚର୍ଚ୍ଚାରେ ରହିଛି। ଡ୍ୟାମ୍ କାମ ପାଖାପାଖି ୯୦ ପ୍ରତିଶତ ଶେଷ ହୋଇଯାଇଛି। ଏବେ ଆଖପାଖ ଲୋକଙ୍କ ସହ ବିଭିନ୍ନ ଜିଲ୍ଲାର ଲୋକେ ଏହା ଦେଖିବାକୁ ଆସୁଛନ୍ତି।
ପ୍ରଥମ ବନ୍ୟାଜଳ ସଂରକ୍ଷଣ କରାଯାଇଥିବା ବେଳେ କିଛିଦିନ ଆଗରୁ ତାକୁ ଛଡ଼ାଯାଇଛି। ଡ୍ୟାମ୍ରୁ ପାଣି ବାହାରୁଥିବା ଦୃଶ୍ୟ, ନବନିର୍ମିତ ଡ୍ୟାମ୍କୁ ପାଖରୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି।